Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏହାପରେ ଜମ୍ମୁ-କଶ୍ମୀରରେ ଆଇନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ୧୩ଟି ସିଆଇଏସ୍‌ଏଫ୍‌ କମ୍ପାନୀକୁ ମୁତୟନ କରାଯାଇଛି। ଆଉଟର କର୍ଡନ ଅଞ୍ଚଳରେ ସିଆଇଏସ୍‌ଏଫ୍‌କୁ ନିୟୋଜିତ କରାଯାଇଛି ଏବଂ ସର୍ଚ୍ଚ ଅପରେଶନ ଜାରି ରହିଛି ବୋଲି ସିଆଇଏସ୍‌ଏଫ୍‌ର ଡିଜି ଡକ୍ଟର ଅନିଲ ପାଣ୍ଡେ କହିଛନ୍ତି। ସୂଚନାଯୋଗ୍ୟ, ଶୁକବ୍ରାର ସୁଞ୍ଜଓ୍ବାନ ଅଞ୍ଚଳରେ ଜୈଶ-ଇ-ମହମ୍ମଦ ଫିଦାଇନର କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ଖବର ବିଶ୍ୱସ୍ତ ସୂତ୍ରରୁ ସୁରକ୍ଷାକର୍ମୀଙ୍କୁ ମିଳିଥିଲା। ସେଠାରେ ସର୍ଚ୍ଚ ଅପରେଶନ୍‌ କରିବା ଲାଗି ଜମ୍ମୁର ଚଡ୍ଡା କ୍ୟାମ୍ପ ନିକଟରେ ଭୋର ସାଢ଼େ ୩ଟାରୁ ସିଆଇଏସ୍‌ଏଫ୍‌ ଯବାନମାନେ ବସ୍‌ରେ ଯାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହାର ପ୍ରତିଜବାବରେ ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣ କରିଥିଲେ। ଏହି ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ବୋଲି ପାଣ୍ଡେ କହିଛନ୍ତି। ଅନ୍ୟପଟେ ଏହି ଗୁଳିବିନିମୟରେ ସିଆଇଏସ୍‌ଏଫ୍‌ର ଜଣେ ଏସ୍‌ଆଇ ଶହୀଦ ହୋଇଛନ୍ତି। ଏଥିସହ ୪ଜଣ ଯବାନ ଆହତ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share