ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କଲେ ୫-ଟି ଅଧ୍ୟକ୍ଷ: ୧୩,୪୨୩ ଛାତ୍ରୀଛାତ୍ରଙ୍କୁ ୧୩.୫ କୋଟି ପ୍ରଦାନ

ସମ୍ବଲପୁର,୨୬ା୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଓଡ଼ିଶା ସରକାରଙ୍କ ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କାର୍ଯ୍ୟକ୍ରମ ସୋମବାର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ମନ୍ଦଳିଆ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ସମୃଦ୍ଧି କାମନା କରିଥିଲେ। ଉଚ୍ଚଶିକ୍ଷାରେ କୌଣସି ଛାତ୍ରୀଛାତ୍ରଙ୍କ ପାଇଁ ଅର୍ଥ ଯେପରି ପ୍ରତିବନ୍ଧକ ନ ହୁଏ ସେହି ଲକ୍ଷ୍ୟରେ ଏହି ଛାତ୍ରବୃତ୍ତିର ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

୫-ଟି ଅଧ୍ୟକ୍ଷ ପାଣ୍ଡିଆନ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ଏହି ରାଶିକୁ ପାଠପଢ଼ା ବା କ୍ରୀଡ଼ା ଆଦି କ୍ଷେତ୍ରରେ ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ଯଦି ଛାତ୍ରୀଛାତ୍ର ଏକମାସ ବା ତିନିମାସ ଅଥବା ବର୍ଷିକିଆ ବୃତ୍ତି ପାଇବେ ସେ ସମ୍ପର୍କରେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚିତ କରିବାକୁ କହିଛନ୍ତି। ସେ ଆହୁରି କହିଥିଲେ, ଛାତ୍ରଛାତ୍ରଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ମାର୍ଚ୍ଚ ୫ରେ ମ୍ୟାଜିକ୍‌ କାର୍ଡର ଶୁଭାରମ୍ଭ କରିବେ। ଏହି କାର୍ଡ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ ସେମାନେ ୱାଇଫାଇ ଆକ୍ସେସ୍‌, ପୁସ୍ତକ କ୍ରୟରେ ରିହାତି, ବସ୍‌ ଓ ଟ୍ରେନ୍‌ ଯାତ୍ରାରେ ରିହାତି, ଅନ୍‌ଲାଇନ୍‌ କ୍ଲାସ, ଅନ୍‌ଲାଇନ୍‌ କ୍ୟାରିୟର କାଉନସେଲିଂ, ଫୋନ୍‌ ରିଚାର୍ଜ କରିବା ଭଳି ସୁବିଧା ପାଇବେ। ଏହି ମ୍ୟାଜିକ୍‌ କାର୍ଡ ଆଧାରକାର୍ଡ ସଦୃଶ। ଯଦି କୌଣସି ଛାତ୍ରୀ ବା ଛାତ୍ର ଭଲ ପ୍ରଦର୍ଶନ କରିବେ ତା’ହେଲେ ସେମାନଙ୍କ କାର୍ଡକୁ ସିଲଭର କାର୍ଡରେ ଅପଗ୍ରେଡ୍‌ କରାଯିବ ଓ ପର୍ଯ୍ୟାୟକ୍ରମେ ଏହାକୁ ଗୋଲ୍ଡେନ୍‌ ଓ ପ୍ଲାଟିନମ୍‌ କାର୍ଡକୁ ଅପଗ୍ରେଡ୍‌ କରାଯିବ। ଏହା ମାଧ୍ୟମରେ ଛାତ୍ରୀଛାତ୍ର ସେମାନଙ୍କ ଅଧ୍ୟୟନ ଖର୍ଚ୍ଚକୁ ପରିଚାଳନା କରିପାରିବେ ବୋଲି ସେ ସୂଚନା ଦେଇଥିଲେ।

ଟିକସ ଦେଉ ନ ଥିବା ବେତନଧାରୀ ବେସରକାରୀ କର୍ମଚାରୀ ଭାବେ ଜୀବିକା ନିର୍ବାହ କରୁଥିବା ମାତାପିତାଙ୍କ ସନ୍ତାନମାନଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ଏଥିରେ ଛାତ୍ରୀମାନଙ୍କୁ ୧୦ ହଜାର ଓ ଛାତ୍ରମାନଙ୍କୁ ୯ଟଙ୍କା ଲେଖାଏ ବୃତ୍ତି ପ୍ରଦାନ କରାଯାଇଛି। ଜିଲାର ୨୧ ଶିକ୍ଷାନୁଷ୍ଠାନର ୧୩,୪୨୩ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ରଙ୍କୁ ମୋଟ ୧୩ କୋଟି ୫୦ ଲକ୍ଷ ଟଙ୍କାର ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କରାଯାଇଛି। ସେଥିମଧ୍ୟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୨୩୬୪ ଜଣଙ୍କୁ ୨ କୋଟି ୩୫ ଲକ୍ଷ, ସରକାରୀ ମହିଳା କଲେଜ ସମ୍ବଲପୁରର ୧୬୫୭ ଛାତ୍ରୀଙ୍କୁ ୧କୋଟି ୭୧ ଲକ୍ଷ, ଏନ୍‌ଏସ୍‌ସିବି କଲେଜ ସମ୍ବଲପୁରର ୧୦୧୭ ଜଣଙ୍କୁ ୧ କୋଟି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୋଟ ୮୭୫ ଜଣଙ୍କୁ ୮୭ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏହି ରାଶି ଅନ୍‌ଲାଇନ ମାଧ୍ୟମରେ ସମସ୍ତ ଛାତ୍ରୀଛାତ୍ରଙ୍କ ବ୍ୟାଙ୍କ ଜମାଖାତାରେ ଜମା କରାଯାଇଛି। କାର୍ଯ୍ୟକ୍ରମରେ ଜିଲାର ୧୭ ଶିକ୍ଷାନୁଷ୍ଠାନର ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା; ବାଜିଲା ବାଜା, ଗ୍ରାମ ପରିକ୍ରମା କଲେ ଛାତ୍ରୀଛାତ୍ର

କେସିଙ୍ଗା,୩୦ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ଚିଚର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକଙ୍କୁ ବୁଧବାର ଅବସର କାଳୀନ ବିଦାୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?