କରନଙ୍କୁ ଧନ୍ୟବାଦ ଦେଲେ କେଟି

ମୁମ୍ବାଇ: ଆମେରିକାନ୍‌ ସିଙ୍ଗର କେଟି ପେରୀ ମୁମ୍ବାଇରେ ପରଫର୍ମ କରିବାକୁ ଭାରତ ଆସିଥିଲେ। ମୁମ୍ବାଇ ପହଞ୍ଚିବା ପରେ ସେ ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ସହ ମିଶିଥିଲେ। ତେବେ ତାଙ୍କ ଉଦ୍ଦେଶ୍ୟରେ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହର ତାଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଏକ ଗ୍ରାଣ୍ଡ ପାର୍ଟି ହୋଷ୍ଟ କରିଥିଲେ। ଏହି ପାର୍ଟିରେ କେଟିଙ୍କୁ ଯେଉଁଭଳି ଭାବେ ଓ୍ବେଲକମ୍‌ କରାଯାଇଥିଲା ଆଉ ତାଙ୍କୁ ପାର୍ଟିରେ ଟ୍ରିଟ୍‌ କରାଯାଇଥିଲା ସେଥିପାଇଁ ସେ କରନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ ତାଙ୍କୁ ପାଛୋଟି ନେବାକୁ ଉକ୍ତ ପାର୍ଟିରେ ଉପସ୍ଥିତ ଥିଲେ ବଲିଉଡ୍‌ ନାୟିକା ଆଲିଆ ଭଟ୍ଟ, ଜ୍ୟାକଲିନ ପର୍ଣ୍ଣାଡିଜ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କାଜଲ, ମଲାଇକା ଆରୋରା, ଅନନ୍ୟା ପାଣ୍ଡେ ଓ ଅନ୍ୟମାନେ। ଆଉ ଏହି ପାର୍ଟିରେ ସେଣ୍ଟର ଅଫ୍‌ ଆଟ୍ରାକସନ୍‌ ପାଲଟିଥିଲେ ଗାୟିକା କେଟି ପେରୀ। ଏହାପରେ ରବିବାର ସେ ତାଙ୍କ ଇନଷ୍ଟାଗ୍ରାମରେ କରନଙ୍କୁ ହଗ୍‌ କରୁଥିବାର ଏକ ଫଟୋ ଶେୟାର କରିବା ସହ ଲେଖିଥିଲେ, “Thanks for the warm welcomes”. ଯଦିଓ ଏହା ପୂର୍ବରୁ ସେଠାରେ ଉପସ୍ଥିତି ଥିବା ସମସ୍ତ ସେଲିବ୍ରିଟି ଇନଷ୍ଟାଗ୍ରାମରେ କେଟିଙ୍କ ସହ କିଛି ଫଟୋ ଶେୟାର କରିଥିଲେ ତା’ପରେ ବି କେଟି ବଲିଉଡ୍‌ ସେଲିବ୍ରିଟିଙ୍କ ସହ ନେଇଥିବା ଫଟୋକୁ ଶେୟାର କରିଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ, ଶନିବାର ରାତିରେ ମୁମ୍ବାଇର ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ କେଟି ପରଫର୍ମ କରିଥିଲେ।

Share