କୋରାପୁଟ,୩।୧୦(ଅମିତାଭ ବେହେରା): ଶୁକ୍ରବାର କୋରାପୁଟ ଜିଲାରେ ଦିନକରେ ୧୨୪୭.୧ବର୍ଷା ହୋଇଥିବା ବେଳେ ଜିଲାର ଲମତାପୁଟ ବ୍ଲକରେ ସର୍ବାଧିକ ୧୪୧.୨ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ନୀଳକଣ୍ଠ ନାଇ ପ୍ରକାଶ କରିଛନ୍ତି। ସେହିଭଳି ଜୟପୁର ବ୍ଲକରେ ୯୭.୪ ମିମି ବର୍ଷା ହୋଇଥିବାବେଳେ ବୋରିଗୁମ୍ମା ବ୍ଲକରେ ୮୧.୬ ମିମି ବର୍ଷା, କୋଟପାଡ଼ ବ୍ଲକରେ ୧୦୮ ମି.ମି, ନନ୍ଦପୁର ବ୍ଲକରେ ରେ ୭୯ ମିମି, କୁନ୍ଦ୍ରା ବ୍ଲକରେ ୯୭.୬ ମିମିି , ବୈପାରୀଗୁଡାରେ ୮୪ ମିମି, କୋରାପୁଟ ବ୍ଲକରେ ୮୬ ମି.ମି, ସେମିଲିଗୁଡା ବ୍ଲକରେ ୧୩୧ ମି.ମିି, ଲକ୍ଷ୍ମୀପୁର ବ୍ଲକରେ ୧୧୪ ମିମିି, ଦଶମନ୍ତପୁର ବ୍ଲକରେ ୬୭ ମିମିି, ପଟ୍ଟାଙ୍ଗି ବ୍ଲକରେ ୭୯.୪ ମିମିି, ନାରାୟଣପାଟଣା. ବ୍ଲକରେ ୪୯.୮ ମି.ମି ବର୍ଷା ହୋଇଥିବାବେଳେ ବନ୍ଧୁଗାଁ ବ୍ଲକରେ ୩୦.୬ ମିମି ବର୍ଷା ହୋଇଥିବା ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ସୂଚନା ଥାଉକି ଯେ, ଗୁରୁବାର ଲଘୁଚାପ ଓ ଅବପାତ ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଓ ପଥର ଖସି ଅବରୋଧ ହୋଇଥିବାବେଳେ ଗାଡି ଚଳାଚଳ ବ୍ୟାହତ ହୋଇଥିବାବେଳେ ୨ ଟ୍ରେନ ଚଳାଚଳ ବାତିଲ ହୋଇଥିଲା। ସେହିପରି ସମଲେଶ୍ୱରୀ ଟ୍ରେନ ରାୟଗଡାଠାରେ ଅଟକି ରହିଥିଲା। ହୀରାଖଣ୍ଡ ଟ୍ରେନ କୋରାପୁଟରୁ ରାତ୍ର ୧୧ ଟା ୪୫ ମିନିଟରେ ଭୁବେନେଶ୍ୱରକୁ ଛାଡିଥିବାବେଳେ ଶୁକ୍ରବାର ସକାଲ ୭ଟା ୩୦ ମିନିଟ ରାୟଗଡା ଷ୍ଟେଶନଠାରେ ପହଂଚିଥିଲା ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି।


