ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୨୪୩ କରୋନା ଆକ୍ରାନ୍ତ: ଚିନ୍ତା ବଢ଼ାଉଛି ଖୋର୍ଦ୍ଧା-କଟକ

ଭୁବନେଶ୍ୱର,୮।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧୮ କ୍ୱାରେଣ୍ଟାଇନ୍‌ର ଥିବା ବେଳେ ବାକି ୫୨୫ ଲୋକାଲ କେସ ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୯୯ ଜଣ ଥିବା ବେଳେ କଟକରୁ ୧୭୭, ଅନୁଗୋଳରୁ ୫୩, ବାଲେଶ୍ୱରରୁ ୪୯, ବରଗଡ଼ରୁ ୯, ଭଦ୍ରକରୁ ୨୨, ବଲାଙ୍ଗିରରୁ ୬, ବୌଦ୍ଧରୁ ୪, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୨୯, ଗଜପତିରୁ ୩, ଗଞ୍ଜାମରୁ ୨, ଜଗତସିଂହପୁରରୁ ୮୮, ଯାଜପୁରରୁ ୫୦, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୨, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୩୨, କେନ୍ଦୁଝରରୁ ୧୫, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୩୫, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୫୬, ନୂଆପଡ଼ାରୁ ୨, ପୁରୀରୁ ୬୯, ରାୟଗଡ଼ାରୁ ୧୩, ସମ୍ବଲପୁରରୁ ୧୦, ସୋନପୁରରୁ ୫ ଓ ସୁନ୍ଦରଗଡ଼ରୁୁ ୧୪ ଜଣ ଅଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ ୮୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ୧୨୪୩ ନୂଆ ମାମଲା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୭୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୬୮ ହଜାର ୪୫୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୨ ହଜାର ୧୨୯ ଜଣ ଚିକିତ୍ସାଧୀନ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।