ପୁଣି ଉପରମୁହାଁ କରୋନା,ରାଜ୍ୟରେ ୧୨୧୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ବୁଧବାର ୧୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୭୧୦ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୫୦୬ ଜଣ ଲୋକାଲ କେସ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫୭ ହଜାର ୮୭୬ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୫୬ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୬, ବାଲେଶ୍ୱରରୁ ୨, ବରଗଡରୁ ୨୧, ଭଦ୍ରକରୁ ୬, ବଲାଙ୍ଗୀରରୁ ୧୪ , ବୌଦ୍ଧରୁ ୧, କଟକରୁ ୮୦, ଦେବଗଡରୁ ୮, ଢେଙ୍କାନାଳରୁ ୪, ଗଜପତିରୁ ୧, ଗଞ୍ଜାମରୁ ୯, ଜଗତ୍‌ସିଂହପୁରରୁ ୧୩, ଯାଜପୁରରୁ ୪୭, ଝାରସୁଗୁଡାରୁ ୩୩, କଳାହାଣ୍ଡିରୁ ୪, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୨୫, କୋରାପୁଟରୁ ୩, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୧୩, ନୟାଗଡରୁ ୩, ନୂଆପଡାରୁ ୨, ପୁରୀରୁ ୩୦, ରାୟଗଡରୁ ୮ ଆକ୍ରାନ୍ତ ଅଛନ୍ତି। ସେହିପରି ସମ୍ବଲପୁରରୁ ୯୯, ସୋନପୁରରୁ ୩, ସୁନ୍ଦରଗଡରୁ ୧୬୬ ଥିବା ବେଳେ ଷ୍ଟେଟ ପୁଲ୍‌ରୁ ୧୧୦ ଅଛନ୍ତି।