ନିଯୁକ୍ତି ପାଇଲେ ୧୨୦୫ ଡାକ୍ତର

ବଡ଼ମ୍ବା,୭।୬(ଡି.ଏନ.ଏ.)ବାଲେଶ୍ୱର ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତାହତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଏନେଇ ପ୍ରକ୍ରିୟା ଜାରି ରହିଥିବାବେଳେ ଜଣେ ମହିଳା ମୃତକଙ୍କ ଅନୁକମ୍ପା ରାଶି ହାତେଇବା ପାଇଁ ଜୀବିତ ସ୍ବାମୀଙ୍କୁ ମୃତ ଘୋଷଣା କରିବାକୁ ପଛାଇ ନାହାନ୍ତି। ଏହା ଜଣାପଡ଼ିବା ପରେ ମଙ୍ଗଳବାର କଟକ ଜିଲା ମାଣିଆବନ୍ଧ ଅଞ୍ଚଳର ବିଜୟ ଦତ୍ତ ଥାନାରେ ସମ୍ପୃକ୍ତା ମହିଳାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ତାଙ୍କ ସ୍ତ୍ରୀ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସ୍ତ୍ରୀଙ୍କ ଟଙ୍କା ଲୋଭ ଯୋଗୁ ମାଣିଆବନ୍ଧ ଅଞ୍ଚଳରେ ତାଙ୍କ ସମ୍ମାନ ହାନି ହୋଇଛି ବୋଲି ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ପ୍ରକାଶ ଯେ, ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ କେନ୍ଦ୍ର ସରକାର ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ରାଶ ହାତେଇବା ପାଇଁ ଜଣେ ମହିଳା ଉଦ୍ୟମ କରିଥିଲେ। ରେଳ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା କହି ସେ ଘଟଣାସ୍ଥଳରେ ପହଞ୍ଚତ୍ ଏକ ଅଚିହ୍ନା ମୃତଦେହକୁ ଚିହ୍ନଟ କରି ସହାୟତା ରାଶି ପାଇବାକୁ ଦାବି କରିବା ସହ ପ୍ରମାଣପତ୍ର ଦାଖଲ କରିଥିଲେ। ଉକ୍ତ ପ୍ରମାଣପତ୍ରଗୁଡ଼ିକ ଜାଲ୍‌ ହୋଇଥିବା ବିଭାଗୀୟ ଅଧିକାରୀମାନେ ଜାଣିପାରିଥିଲେ। ଏହାପରେ ଘଟଣାସ୍ଥଳରୁ କୌଶଳକ୍ରମେ ସମ୍ପୃକ୍ତ ମହିଳା ଓ ତାଙ୍କ ସହଯୋଗୀ ଚମ୍ପଟ ମାରିଥିଲେ। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାର ହୋଇଥିଲା। ବିଜୟ ଏହା ଜାଣିବା ପରେ ଥାନାରେ ଅଭିଯୋଗ କରି ସ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସମ୍ପୃକ୍ତ ମହିଳା ବିଜୟଙ୍କଠାରୁ ୧୩ ବର୍ଷ ହେବ ପୃଥକ ରହିଥିବା ଏତଲାରେ ଦର୍ଶାଯାଇଛି। ଏ ସମ୍ପର୍କରେ ମାଣିଆବନ୍ଧ ଭାରପ୍ରାପ୍ତ ଥାନା ଅଧିକାରୀ ବସନ୍ତ କୁମାର ଶତପଥୀଙ୍କୁ ପଚରାଯିବାରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ପରାମର୍ଶ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।