ପାକିସ୍ତାନରେ ଖୋଲିଲା ୧୨ଶହ ବର୍ଷ ପୁରୁଣା ମନ୍ଦିର

ଲାହୋର, ୫ା୮: ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ୧୨ଶହ ବର୍ଷ ପୁରୁଣା ବାଲ୍ମିକୀ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଏକ ଖ୍ରୀଷ୍ଟିଆନ ପରିବାର ଏହାକୁ କବଜା କରି ରଖିବା ଯୋଗୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏଠାରେ ସବୁବର୍ଗର ହିନ୍ଦୁ ପୂଜାର୍ଚ୍ଚନା କରିପାରୁ ନ ଥିଲେ। କୃଷ୍ଣ ମନ୍ଦିର ବ୍ୟତୀତ ଲାହୋରରେ ବାଲ୍ମିକୀ ମନ୍ଦିର ଏକମାତ୍ର କାର୍ଯ୍ୟକ୍ଷମ ହିନ୍ଦୁ ମନ୍ଦିର। ଖ୍ରୀଷ୍ଟିଆନରୁ ହିନ୍ଦୁ ଧର୍ମକୁ ଗ୍ରହଣ କରିଥିବା ଦାବି କରି ଉକ୍ତ ପରିବାର ସେଠାରେ କେବଳ ବାଲ୍ମିକୀ ଜାତିର ହିନ୍ଦୁମାନଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦେଉଥିଲେ। ବୁଧବାର ଏହି ମନ୍ଦିର ଖୋଲାଯାଇଥିବାବେଳେ ଏଠାରେ ଶତାଧିକ ହିନ୍ଦୁ, ଶିଖ୍‌, ଖ୍ରୀଷ୍ଟିଆନ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ଉଦ୍‌ଘାଟନୀ ସମାରୋହରେ ଯୋଗଦେଇଥିଲେ।

Share