ଗଞ୍ଜାମରେ ୧୨୦ କ୍ଲିନିକ୍‌, ବ୍ରହ୍ମପୁରରେ ସର୍ବାଧିକ ୯୦

ବ୍ରହ୍ମପୁର,୧୪ା୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ନକଲି ଡାକ୍ତର ଠାବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସାନମେଖୁଣ୍ଡି ବ୍ଲକ୍‌ ଡେଙ୍ଗାଉସ୍ତାରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପୋଲିସ ଓ ପ୍ରଶାସନର ଟିମ୍‌ ଅଧିକ ତନାଘନା ଆରମ୍ଭ କରିଥିଲେ। ଏହା ସହିତ ଜୁଲାଇ ୧୯ ତାରିଖରେ ଡେଙ୍ଗାଉସ୍ତା ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଡେଣ୍ଟାଲ୍‌ କ୍ଲିନିକକୁ ଠାବ କରି ସିଲ୍‌ କରିଥିଲା। ଏହି ଘଟଣା ପରେ ରୋଗୀସେବା ନାଁରେ ବେପାର କରୁଥିବା ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ଗଞ୍ଜାମ ଜିଲାରେ ପ୍ରାୟ ୧୨୦ ଘରୋଇ ହସ୍ପିଟାଲ୍‌ ଓ କ୍ଲିନିକ୍‌ ରହିଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡା. ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ତନ୍ମଧ୍ୟରୁ ପ୍ରାୟ ୯୦ କ୍ଲିନିକ୍‌ ବ୍ରହ୍ମପୁରରେ ରହିଥିବା କହିଛନ୍ତି। ତେବେ ଏହି କ୍ଲିନିକଗୁଡ଼ିକର ପ୍ରତିବର୍ଷ ନବୀକରଣ ହେଉଥିବା ସିଡିଏମ୍‌ଓ କହିଛନ୍ତି। ପଞ୍ଜୀକରଣ ନକଲେ ସମ୍ପୃକ୍ତ କ୍ଲିନିକ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଉତ୍ତମ ସ୍ବାସ୍ଥ୍ୟସେବା ପାଇବା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାବାସୀ ବ୍ରହ୍ମପୁର ସହର ଉପରେ ନିର୍ଭର କରନ୍ତି। ବ୍ରହ୍ମପୁରରେ ବଡ଼ ଡାକ୍ତରଖାନା ସହିତ ବହୁ କ୍ଲିନିକ୍‌ ରହିଛି। ପ୍ରତିଦିନ ହଜାର ହଜାର ଲୋକ ସ୍ବାସ୍ଥ୍ୟସେବା ପାଇବା ପାଇଁ ବ୍ରହ୍ମପୁର ଆସିଥାନ୍ତି। ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ନାଁରେ କିଛି ଲୋକ ବେପାର କରୁଛନ୍ତି। ବଡ଼ ଡାକ୍ତରଖାନାରୁ ରୋଗୀଙ୍କୁ କ୍ଲିନିକକୁ ଚାଲାଣ କରାଯାଉଛି। ଏହାପଛରେ ଏକ ବଡ଼ ରାକେଟ୍‌ କାମ କରୁଛି। ବିଗତ ଦିନରେ ବ୍ରହ୍ମପୁର ପୋଲିସ ଏମ୍‌କେସିଜି ମେଡିକାଲରେ ଚଢ଼ଉ କରି ରୋଗୀ ଚାଲାଣ ରାକେଟ୍‌ ଠାବ କରିଥିଲା। କିଛିଦିନ ଧରି ଏହି କାରବାର ବନ୍ଦ ରହିବା ପରେ ପୁଣିଥରେ ରୋଗୀଙ୍କୁ ବିଭିନ୍ନ କ୍ଲିନିକକୁ ଚାଲାଣ କରାଯାଉଥିବା ଅଭିଯୋଗ ଆସୁଛି। ଏଥିପାଇଁ ବ୍ରହ୍ମପୁର ସହରରେ ଗଢ଼ି ଉଠିଛି ମାଳମାଳ କ୍ଲିନିକ୍‌ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌। ବ୍ରହ୍ମପୁର ସହରରେ ପ୍ରାୟ ୯୦ କ୍ଲିନିକ୍‌ କାର୍ଯ୍ୟକ୍ଷମ ରହିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। କ୍ଲିନିକ୍‌ ନାଁରେ କିଛି ଅସାଧୁ ଲୋକ ଲିଙ୍ଗ ନିରୂପଣ ସହିତ ବେଆଇନ ଗର୍ଭପାତ କାର୍ଯ୍ୟରେ ଲିପ୍ତ ରହୁଥିବା ବିଗତ ଦିନର ଘଟଣାରୁ ସ୍ପଷ୍ଟ ହୋଇଛି। ତେବେ ଏଭଳି ବେଆଇନ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗର ଟିମ୍‌ ବିଭିନ୍ନ ସମୟରେ ଚଢ଼ଉ କରୁଛି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ପ୍ରତିବର୍ଷ କ୍ଲିନିକର ପଞ୍ଜୀକରଣ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରାଯାଉଛି ବୋଲି ସିଡିଏମ୍‌ଓ ଡା. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri