Categories: ଜାତୀୟ

ପୁତ୍ର ସନ୍ତାନ ଜନ୍ମ ଦେଲେ ୧୨ ବର୍ଷୀୟା ବାଳିକା

ଯୋଧପୁର,୨୯।୧୨: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୧୧ ବର୍ଷ ୭ ମାସର ବାଳିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ହସ୍ପିଟାଲରେ ପ୍ରସବ ପରେ ବାଳିକାଙ୍କ ପରିବାର ଘଟଣାର ସତ୍ୟାସତ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି। ରିପୋର୍ଟ ମୁତାବକ ୯ ମାସ ପୂର୍ବେ ବାଳିକାଙ୍କ ସହ ଜଣେ ଯୁବକ ବଳାତ୍କାର କରିଥିଲେ। ପୋଲିସ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିଛି। ନାବାଳିକାଙ୍କ ପିତାଙ୍କର ୨ ବର୍ଷ ତଳେ ମୃତ୍ୟୁ ହୋଇଥିଲା। ଏଏସପି ଦୀପକ ଶର୍ମାଙ୍କୁ ସୂଚନା ଅନୁସାରେ ନାବାଳିକା ଷଷ୍ଠ ଶ୍ରେଣୀରେ ପଢୁଛନ୍ତି। ଗତ ୮-୯ ମାସ ପୂର୍ବେ ପଡୋଶୀ ୩୦ ବର୍ଷୀୟ ଯୁବକ ଅରବିନ୍ଦ ମେଘଓ୍ବାଲ ମୋବାଇଲ ଦେଖାଇଦେବା ବାହାନାରେ ନାବାଳିକା ସହ ବଳାତ୍କାର କରିଥିଲେ। ଏହାପରେ ତାଙ୍କୁ ଛାଡି ଦେଇଥିଲେ। ନାବାଳିକା ଜଣଙ୍କ ଭୟରେ ପରିବାର ଲୋକଙ୍କୁ ଏନେଇ କିଛି କହି ନ ଥିଲେ। ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ପରିବାର ଲୋକଙ୍କ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Share