ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗା ଘଟଣା: ୧୨ ପୋଲିସ କର୍ମୀ ନିଲମ୍ବିତ

ପେଶାଓ୍ବର,୧୪ା୧- ଖାଇବର ପାଖତୁନଖ୍ବା ପ୍ରଦେଶ ସରକାର ହିନ୍ଦୁ ମନ୍ଦିର ଭଙ୍ଗା ଘଟଣାରେ ୧୨ ଜଣ ପୋଲିସକର୍ମୀଙ୍କୁ ନିଲମ୍ବିତ କରିଛି। ଘଟଣାର ତଦନ୍ତ ରିପୋର୍ଟରେ ନିଲମ୍ବିତ ପୋଲିସକର୍ମୀଙ୍କ ବିରୋଧରେ ନିଜ କାର୍ଯ୍ୟରେ ଅବହେଳା କରିଥିବା ପ୍ରମାଣ ମିଳିଛି। ଉକ୍ତ ମନ୍ଦିରକୁ ସୁରକ୍ଷା ଦାୟିତ୍ୱରେ ଏମାନେ ନିଯୁକ୍ତ ଥିଲେ। ୧୨ ଜଣ ପୋଲିସକର୍ମୀଙ୍କ ଅବହେଳା ଯୋଗୁ ମୁସଲମାନ ଧର୍ମର ଏକ ଗୋଷ୍ଠୀ ମନ୍ଦିରରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ଜଡ଼ିତ ଥିବା ୩୩ ଜଣ ପୋଲିସକର୍ମୀଙ୍କୁ ନିଜ ଚାକିରୀର ବର୍ଷେ ହରାଇବାକୁ ପଡ଼ିଛି।

ଉଲ୍ଲେଖଥାଉ କି, ଖାଇବର ପାଖତୁଖ୍ବା ପ୍ରଦେଶର କରାକ ଜିଲାର ତେରି ଗ୍ରାମରେ ଥିବା ହିନ୍ଦୁ ମନ୍ଦିରର ନବୀକରଣ ପାଇଁ ସ୍ଥାନୀୟ ଅଧିକାରୀଙ୍କ ଅନୁମତି ମିଳିଥିଲା। ହିନ୍ଦୁ ସମ୍ପ୍ରଦାୟ ଦ୍ୱାରା କରାଯାଇଥିବା ନିର୍ମାଣ କାର୍ଯ୍ୟକୁ ଗତ ଡିସେମ୍ବର ୩୦ ତାରିଖରେ ଭାଙ୍ଗି ଦେଇଥିଲେ ଏକ ମୁସିଲମାନ ଗୋଷ୍ଠୀ। ଡିଆଇଜି ତାୟାବ ହାଫିଜ ଚିମାଙ୍କ ଦ୍ୱାରା ନିଯୁକ୍ତ ତଦନ୍ତକାରୀ ବିଭାଗ ଏକ ସପ୍ତାହ ମଧ୍ୟରେ ଏହି ଘଟଣାର ତଦନ୍ତର ରିପୋର୍ଟ ପ୍ରଦାନ କରିଛନ୍ତି।

Share