Categories: ଜାତୀୟ

ବିପିଏଲ୍‌ ତାଲିକାରୁ ୧୨ ପ୍ରତିଶତ ମୁକ୍ତି ପାଇଛନ୍ତି…

ରାଞ୍ଚି, ୫।୬ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ରାଞ୍ଚିଠାରେ ଆଦିବାସୀ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଯେତେବେଳେ ଭାରତରେ ସ୍ବାଧୀନତା ଆନ୍ଦୋଳନ ଆରମ୍ଭ ହୋଇ ନ ଥିଲା, ସେତେବେଳେ ଯଦି କେହି ବ୍ରିଟିଶଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ, ତେବେ ସେମାନେ ହେଉଛନ୍ତି ଆଦିବାସୀ ଭାଇମାନେ। ଆମର ଆଦିବାସୀ ଭାଇମାନେ ଏହି ଯୁଦ୍ଧରେ ପ୍ରଥମେ ୧୭୮୦ ରୁ ୧୮୫୭ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ।

କେବଳ ଭାଜପା ହିଁ ସେମାନଙ୍କର ଏହି ବଳିଦାନକୁ ସମ୍ମାନ ପ୍ରଦାନ କରିଛି। କିନ୍ତୁ ଆଦିବାସୀଙ୍କ ନାମରେ ଚାଲୁଥିବା ରାଜନୈତିକ ଦଳ ସେମାନଙ୍କୁ ଲୁଟ କରିଛନ୍ତି। ଆଦିବାସୀଙ୍କୁ କିପରି ବିଶ୍ୱାସଘାତକତା କରିଛନ୍ତି ବୋଲି ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି। ଆଦିବାସୀ ଭାଇମାନଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା କରିବା ସହିତ ସ୍ବତନ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୋଦିଙ୍କ ସରକାରରେ ଆଠ ଜଣ ଆଦିବାସୀ ଭାଇ ଅଛନ୍ତି।

ସମ୍ପ୍ରତି ଭାରତରେ ଦାରିଦ୍ର୍ୟ ସୀମା ରେଖା (ବିପିଏଲ୍‌) ୨୨ ପ୍ରତିଶତରୁ ୧୦ ପ୍ରତିଶତକୁ ଖସି ଆସିଛି। ଅର୍ଥାତ୍‌ ୧୨ ପ୍ରତିଶତ ଲୋକ ଦାରିଦ୍ର ସୀମାରୁ ମୁକ୍ତ ହୋଇଛନ୍ତି। ଏହି ୧୨ ପ୍ରତିଶତ ମଧ୍ୟରୁ ବହୁ ସଂଖ୍ୟାରେ ଆମ ଆଦିବାସୀ ଭାଇମାନେ ରହିଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ସାରା ଦେଶରେ ତିନି କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି। ସେଥିମଧ୍ୟରୁ ୩୯ ଲକ୍ଷ ଘର ଆଦିବାସୀ ଭାଇମାନଙ୍କ ପାଇଁ ଅନୁମୋଦିତ ହୋଇଛି। ଇତିମଧ୍ୟରେ ସେଥିମଧ୍ୟରୁ ୨୯ ଘରର ଲକ୍ଷ କାର୍ଯ୍ୟ ସରିଥିବା ସେ କହିଛନ୍ତି।

Share