Categories: ଜାତୀୟ

ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ

ରାଞ୍ଚି,୨୮।୫: ଝାଡଖଣ୍ଡରେ ବିଭିନ୍ନ ସ୍ଥାନରେ ବଜ୍ରପାତ ହେତୁ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଧନବାଡ ଜିଲାର ବାରଓ୍ବାଡା ଅଞ୍ଚଳରେ ବଜ୍ରପାତରେ ଜଣେ ମହିଳା ଏବଂ ଝିଅଙ୍କ ମୃତ୍ୟୁ ଘଟିଛି। ସେହିପରି ଜାମସେଦପୁର ବେହେରାଗୋଡା ଏବଂ ଗୁମଲା ଜିଲାର ଚିରୋଡିହରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀ କହିଛନ୍ତି। ଏଥିସହ ଲେହରଦଗାରୁ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ଗୁରୁବାର ୭ ଜଣଙ୍କର ମୃତ୍ୟୁ ଘଟିଥିଲା।

Share