୧୨ ଦଫା ଦାବିରେ ସମବାୟ ସମିତି ଆଗରେ ଧାରଣା

ବନ୍ତ,୧୩।୧୦(ହରିନାରାୟଣ ମହାନ୍ତି): ଶୁକ୍ରବାର ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା ସେବା ସମବାୟ ସମିତି ଆଗରେ ଅଖିଳ ଭାରତ କୃଷକ ସଭା ବନ୍ତ ବ୍ଲକ କମିଟି ପକ୍ଷରୁ ଧାରଣା ଦିଆଯାଇଛି।

ଏହି ଅବସରରେ ନିଳୋକ ବଜାରଠାରୁ କୃଷକ ସଭାର କର୍ମୀମାନେ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ସେବା ସମବାୟ ସମିତି ସମ୍ମୁଖରେ ପହଞ୍ଚି ଧାରଣାରେ ବସିଥିଲେ। କୃଷକ ନେତା ସୁବାଷ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ସଭାପତି ଫକୀର ଚରଣ ବିଶ୍ୱାଳ, ବାବାଜୀ ଚରଣ ଜେନା, ନୀରଞ୍ଜନ ନାୟକ, କିଶୋର ଚନ୍ଦ୍ର ବେହେରା, ରମେଶ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଅନିରୁଦ୍ଧ ଜେନା, ଭାସ୍କର ଚନ୍ଦ୍ର ବେହେରା, ଦୁଲ୍ଲା ଖାଁ, ନୃସିଂହ ଚରଣ ପରିଡ଼ା ଯୋଗଦେଇ ଚାଷୀ ବିରୋଧୀ ନୀତିକୁ କେନ୍ଦ୍ର ଓ ରାଜ୍ୟ ସରକାର ପରିହାର କରିବା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏଥିସହ ଓଡ଼ିଶା ସରକାର କେନ୍ଦ୍ରର ପ୍ରସ୍ତାବିତ ସମବାୟ ଆଇନକୁ କାର୍ଯ୍ୟକାରୀ ନ କରିବା ପାଇଁ କୃଷକ ନେତାମାନେ ଦାବି କରିଥିଲେ। ପରେ କେନ୍ଦ୍ର ସରକାର ପ୍ରସ୍ତାବିତ କୃଷକ ବିରୋଧୀ ସେବା ସମବାୟ ସମିତି ଆଇନ ପରିହାର କରିବା, ସ୍ବାମୀନାଥନ କମିଶନ କାର୍ଯ୍ୟକାରୀ କରିବା, ଧାନ କୁଇଣ୍ଟାଲ ୩୫ ଶହ ଟଙ୍କା ଧାର୍ଯ୍ୟ କରିବା, ଭାଗ ଚାଷୀଙ୍କୁ ଧାନବିକ୍ରି ପାଇଁ ସୁଯୋଗ ଦେବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ଆଦି ୧୨ ଦଫା ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଧାରଣାରେ ଅଭିମନ୍ୟୁ ଜେନା, ବିଷ୍ଣୁ ଚରଣ ଜେନା, ପଞ୍ଚାନନ ସେଠୀ, ପୀତବାସ ସେଠୀ, ଫକିରୁଦ୍ଦିନ୍‌ ଖାଁ, କମଳାକାନ୍ତ ଜେନା, ସୁଧାଂଶୁ ଶେଖର ସେଠୀ, ଯୁଧିଷ୍ଠୀର ଜେନା, ଶତୃଘ୍ନ ସେନାପତି, କୃଷ୍ଣ ଚନ୍ଦ୍ର ରାଉତ, ଅରବିନ୍ଦ ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ଜେନା, ରବିନ୍ଦ୍ର ରାଉତ, ଅରୁଣ ନାୟକ, ମହେଶ୍ୱର ଜେନା, ପର୍ଶୁରାମ ସ୍ବାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।