ଅକାଳରେ ଗଲାଣି ୧୨ ଜୀବନ

କେନ୍ଦୁଝର, ୨୯।୭ (ସ୍ବ.ପ୍ର.) କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ ବାୟାପାଣ୍ଡାଧାର ଜୁଆଙ୍ଗ ଗ୍ରାମରେ ଦୁଇ ଦିନ ମଧ୍ୟରେ ୨ଜଣଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଚିନ୍ତିତ ହୋଇ ପଡ଼ିଛନ୍ତି। ମୃତକ ହେଲେ ମାଧ ଜୁଆଙ୍ଗ (୩୫) ଓ ବାବୁଲା ଜୁଆଙ୍ଗ (୨୫)। ଏହାକୁ ମିଶାଇ ଗତ ଏକ ବର୍ଷ ମଧ୍ୟରେ ଏହି ଗ୍ରାମରେ ପାଖାପାଖି ୧୨ଜୁଆଙ୍ଗଙ୍କ ଅକାଳ ମୃତ୍ୟୁ ଘଟିଛି। ଏନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଅସ୍ବାସ୍ଥ୍ୟକର ପରିବେଶ, ବିଷାକ୍ତ ମଦ, ବିଶୁଦ୍ଧ ପାଣି ତଥା ଚିକିତ୍ସା ଅଭାବରୁ ସେମାନଙ୍କ ଅକାଳ ମୃତ୍ୟୁ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ା
ମୃତକ ମାଧଙ୍କର ସ୍ତ୍ରୀ ଓ ତିନି ଛୁଆ ଥିବା ବେଳେ ବାବୁଲାଙ୍କର ସ୍ତ୍ରୀ ଓ ଭିନ୍ନକ୍ଷମ ସନ୍ତାନଟିଏ ଥିବା ଜଣାପଡିଛି। ସେମାନେ ଏବେ ଦାରିଦ୍ର୍ୟତାର କସାଘାତରେ ପ୍ରପୀଡିତ ହୋଇଥିଲେ ହେଁ ସହାୟତା ମିଳୁ ନ ଥିବାରୁ ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରିକି ସରକାରଙ୍କ ପକ୍ଷରୁ ପରିବାରର ରୋଜଗାରକ୍ଷମ ବା ବରିଷ୍ଠ ବ୍ୟକ୍ତିଙ୍କ ଦେହାନ୍ତ ହେଲେ ସାମାଜିକ ସୁରକ୍ଷା ଯୋଜନାରେ ଆର୍ଥିକ ସହାୟତା ବ୍ୟବସ୍ଥା ରହିଥିଲେ ହେଁ ସେମାନଙ୍କୁ ମିଳୁ ନ ଥିବାରୁ ବହୁ ଅସୁବିଧାରେ ଚଳୁଛନ୍ତି।
ବହୁ କମ ବୟସରେ ଲୋକମାନେ ମୃତ୍ୟୁବରଣ କରୁଥିବା ଗ୍ରାମବାସୀଙ୍କ ପାଇଁ ଚିନ୍ତାଜନକ ହୋଇଛି। ତେବେ ଅନେକଙ୍କ ପେଟ ଫୁଲି ମୃତ୍ୟୁବରଣ କରୁଥିବା ଏବଂ ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରି ମୃତ୍ୟୁବରଣ କରୁଥିବା ସ୍ଥାନୀୟ ସାମାଜିକ କର୍ମୀ ଆନନ୍ଦ ଚରଣ ସେଠୀ, ବୀରବର ନାୟକ କହିଛନ୍ତି। ଏଣୁ ଏନେଇ ଏକ ଡାକ୍ତରୀ ଟିମ ପହଞ୍ଚି ଏହାର ଯାଞ୍ଚ କରିବାକୁ ଦାବି କରିଛନ୍ତି। ଏସମ୍ପର୍କରେ ଅଙ୍ଗନଓ୍ବାଡି କର୍ମୀ ସୂର୍ଯ୍ୟମଣୀ ସାହୁ କହିଛନ୍ତି, ମାଧଙ୍କ ପେଟ ଫୁଲି ଚିକିତ୍ସିତ ହୋଇ ଫେରିବା ପରେ ମୃତ୍ୟୁ ଘଟିଥିବାବେଳେ ବାବୁଲା ଜଣ୍ଡିସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ।
ପ୍ରକାଶ ଯେ, ଉକ୍ତ ଗ୍ରାମରେ ପାଖାପାଖି ୫୦ ଜୁଆଙ୍ଗ ପରିବାର ବହୁ ଆଗରୁ ବସବାସ କରିଆସୁଛନ୍ତି। କାମଧନ୍ଦା ଅଭାବରୁ ମୂଲମଜୂରି କରି ବହୁ କଷ୍ଟରେ ଚଳିଆସୁଛନ୍ତି। ପେଟ ପୁରା ଖାଇବାକୁ ପଇସା ପାଉ ନ ଥିବା ବେଳେ ଚିକିତ୍ସା ପାଇଁ ପଇସା କୁଆଡୁ ପାଇବେ ବୋଲି କୁହନ୍ତି। ଜବ୍‌ କାର୍ଡ ଅଛି କିନ୍ତୁ କାମ ମିଳୁନାହିଁ। ଫଳରେ ମୂଲମଜୂରୀ ପାଇଁ ବାହାରକୁ ଯିବାକୁ ପଡୁଛି ନଚେତ ଭୋକ ଉପାସରେ ଘରେ ରହିବାକୁ ପଡୁଛି। ଭୋକ ଓ ଥକା ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଅନେକ ନିଶାଗ୍ରସ୍ତ ରହୁଛନ୍ତି ବୋଲି ସେମାନେ କହିଛନ୍ତି ା ଉକ୍ତ ଗ୍ରାମର ପରିମଳ ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ପୁଷ୍ଟିକର ଖାଦ୍ୟ ଅଭାବରୁ ପୁଷ୍ଟିହୀନତା ରୋଗରେ ଅନେକ ପୀଡ଼ିତ। ସେମାନଙ୍କୁ ଘର ମିଳି ନ ଥିବାରୁ ଭଙ୍ଗାଦଦରା ଘରେ ରହୁଛନ୍ତି ା ବର୍ଷାରେ ପାଣି ଗଳୁଛି ା ଏଣୁ କେତେକ ଯଥା ସମ୍ଭବ ଚାଳ ଘରେ ପଲିଥିନ ପକାଇ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ବୋଲି ପୂନିଆ ଜୁଆଙ୍ଗ କହିଛନ୍ତି। ତାଙ୍କ ସମେତ ନନ୍ଦ ଜୁଆଙ୍ଗ, ରଥିଆ ଜୁଆଙ୍ଗ, ସନା ଜୁଆଙ୍ଗଙ୍କ ସମେତ ଅନେକ ଭଙ୍ଗାଦଦରା ଘରେ ପଲିଥିନ ଘୋଡାଇ ଚଳୁଥିବା ଜଣାପଡିଛି ା ସୋଲାର ପାଣି ପମ୍ପ ରହିଥିଲେ ହେଁ, ବିଦ୍ୟୁତ୍‌ କାଟ ହେଲେ ଦୀର୍ଘ ସମୟ ଧରି ପାଣି ଆସେନାହିଁ। ଫଳରେ ଝରଣାରୁ ପାଣି ଆଣି ଅନେକ ଚଳୁଛନ୍ତି ବୋଲି ପୂନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri