ଅକାଳରେ ଗଲାଣି ୧୨ ଜୀବନ

କେନ୍ଦୁଝର, ୨୯।୭ (ସ୍ବ.ପ୍ର.) କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ ବାୟାପାଣ୍ଡାଧାର ଜୁଆଙ୍ଗ ଗ୍ରାମରେ ଦୁଇ ଦିନ ମଧ୍ୟରେ ୨ଜଣଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଚିନ୍ତିତ ହୋଇ ପଡ଼ିଛନ୍ତି। ମୃତକ ହେଲେ ମାଧ ଜୁଆଙ୍ଗ (୩୫) ଓ ବାବୁଲା ଜୁଆଙ୍ଗ (୨୫)। ଏହାକୁ ମିଶାଇ ଗତ ଏକ ବର୍ଷ ମଧ୍ୟରେ ଏହି ଗ୍ରାମରେ ପାଖାପାଖି ୧୨ଜୁଆଙ୍ଗଙ୍କ ଅକାଳ ମୃତ୍ୟୁ ଘଟିଛି। ଏନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଅସ୍ବାସ୍ଥ୍ୟକର ପରିବେଶ, ବିଷାକ୍ତ ମଦ, ବିଶୁଦ୍ଧ ପାଣି ତଥା ଚିକିତ୍ସା ଅଭାବରୁ ସେମାନଙ୍କ ଅକାଳ ମୃତ୍ୟୁ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ା
ମୃତକ ମାଧଙ୍କର ସ୍ତ୍ରୀ ଓ ତିନି ଛୁଆ ଥିବା ବେଳେ ବାବୁଲାଙ୍କର ସ୍ତ୍ରୀ ଓ ଭିନ୍ନକ୍ଷମ ସନ୍ତାନଟିଏ ଥିବା ଜଣାପଡିଛି। ସେମାନେ ଏବେ ଦାରିଦ୍ର୍ୟତାର କସାଘାତରେ ପ୍ରପୀଡିତ ହୋଇଥିଲେ ହେଁ ସହାୟତା ମିଳୁ ନ ଥିବାରୁ ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରିକି ସରକାରଙ୍କ ପକ୍ଷରୁ ପରିବାରର ରୋଜଗାରକ୍ଷମ ବା ବରିଷ୍ଠ ବ୍ୟକ୍ତିଙ୍କ ଦେହାନ୍ତ ହେଲେ ସାମାଜିକ ସୁରକ୍ଷା ଯୋଜନାରେ ଆର୍ଥିକ ସହାୟତା ବ୍ୟବସ୍ଥା ରହିଥିଲେ ହେଁ ସେମାନଙ୍କୁ ମିଳୁ ନ ଥିବାରୁ ବହୁ ଅସୁବିଧାରେ ଚଳୁଛନ୍ତି।
ବହୁ କମ ବୟସରେ ଲୋକମାନେ ମୃତ୍ୟୁବରଣ କରୁଥିବା ଗ୍ରାମବାସୀଙ୍କ ପାଇଁ ଚିନ୍ତାଜନକ ହୋଇଛି। ତେବେ ଅନେକଙ୍କ ପେଟ ଫୁଲି ମୃତ୍ୟୁବରଣ କରୁଥିବା ଏବଂ ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରି ମୃତ୍ୟୁବରଣ କରୁଥିବା ସ୍ଥାନୀୟ ସାମାଜିକ କର୍ମୀ ଆନନ୍ଦ ଚରଣ ସେଠୀ, ବୀରବର ନାୟକ କହିଛନ୍ତି। ଏଣୁ ଏନେଇ ଏକ ଡାକ୍ତରୀ ଟିମ ପହଞ୍ଚି ଏହାର ଯାଞ୍ଚ କରିବାକୁ ଦାବି କରିଛନ୍ତି। ଏସମ୍ପର୍କରେ ଅଙ୍ଗନଓ୍ବାଡି କର୍ମୀ ସୂର୍ଯ୍ୟମଣୀ ସାହୁ କହିଛନ୍ତି, ମାଧଙ୍କ ପେଟ ଫୁଲି ଚିକିତ୍ସିତ ହୋଇ ଫେରିବା ପରେ ମୃତ୍ୟୁ ଘଟିଥିବାବେଳେ ବାବୁଲା ଜଣ୍ଡିସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ।
ପ୍ରକାଶ ଯେ, ଉକ୍ତ ଗ୍ରାମରେ ପାଖାପାଖି ୫୦ ଜୁଆଙ୍ଗ ପରିବାର ବହୁ ଆଗରୁ ବସବାସ କରିଆସୁଛନ୍ତି। କାମଧନ୍ଦା ଅଭାବରୁ ମୂଲମଜୂରି କରି ବହୁ କଷ୍ଟରେ ଚଳିଆସୁଛନ୍ତି। ପେଟ ପୁରା ଖାଇବାକୁ ପଇସା ପାଉ ନ ଥିବା ବେଳେ ଚିକିତ୍ସା ପାଇଁ ପଇସା କୁଆଡୁ ପାଇବେ ବୋଲି କୁହନ୍ତି। ଜବ୍‌ କାର୍ଡ ଅଛି କିନ୍ତୁ କାମ ମିଳୁନାହିଁ। ଫଳରେ ମୂଲମଜୂରୀ ପାଇଁ ବାହାରକୁ ଯିବାକୁ ପଡୁଛି ନଚେତ ଭୋକ ଉପାସରେ ଘରେ ରହିବାକୁ ପଡୁଛି। ଭୋକ ଓ ଥକା ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଅନେକ ନିଶାଗ୍ରସ୍ତ ରହୁଛନ୍ତି ବୋଲି ସେମାନେ କହିଛନ୍ତି ା ଉକ୍ତ ଗ୍ରାମର ପରିମଳ ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ପୁଷ୍ଟିକର ଖାଦ୍ୟ ଅଭାବରୁ ପୁଷ୍ଟିହୀନତା ରୋଗରେ ଅନେକ ପୀଡ଼ିତ। ସେମାନଙ୍କୁ ଘର ମିଳି ନ ଥିବାରୁ ଭଙ୍ଗାଦଦରା ଘରେ ରହୁଛନ୍ତି ା ବର୍ଷାରେ ପାଣି ଗଳୁଛି ା ଏଣୁ କେତେକ ଯଥା ସମ୍ଭବ ଚାଳ ଘରେ ପଲିଥିନ ପକାଇ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ବୋଲି ପୂନିଆ ଜୁଆଙ୍ଗ କହିଛନ୍ତି। ତାଙ୍କ ସମେତ ନନ୍ଦ ଜୁଆଙ୍ଗ, ରଥିଆ ଜୁଆଙ୍ଗ, ସନା ଜୁଆଙ୍ଗଙ୍କ ସମେତ ଅନେକ ଭଙ୍ଗାଦଦରା ଘରେ ପଲିଥିନ ଘୋଡାଇ ଚଳୁଥିବା ଜଣାପଡିଛି ା ସୋଲାର ପାଣି ପମ୍ପ ରହିଥିଲେ ହେଁ, ବିଦ୍ୟୁତ୍‌ କାଟ ହେଲେ ଦୀର୍ଘ ସମୟ ଧରି ପାଣି ଆସେନାହିଁ। ଫଳରେ ଝରଣାରୁ ପାଣି ଆଣି ଅନେକ ଚଳୁଛନ୍ତି ବୋଲି ପୂନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?