କରାଚୀରେ ଦଳାଚକଟା: ୧୨ ମୃତ

କରାଚୀ,୧।୪ (ଆଇଏଏନ୍‌ଏସ୍‌): ପାକିସ୍ତାନର କରାଚୀ ସହରସ୍ଥିତ ଏସ୍‌ଆଇଟିଇ ଅଞ୍ଚଳରେ ଶୁକ୍ରବାର ମାଗଣା ରାଶନ ସାମଗ୍ରୀ ବଣ୍ଟନ ବେଳେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୫ ଜଣ ଆହତ ହୋଇଛନ୍ତି। କରାଚୀ ଶିଳ୍ପାଞ୍ଚଳରେ ଥିବା ଏକ ରଙ୍ଗ କାରଖାନା ନିକଟରେ ବହୁସଂଖ୍ୟାରେ ଲୋକେ ରାଶନ ସଂଗ୍ରହ କରିବା ଲାଗି ରୁଣ୍ଡ ହୋଇଥିଲେ। ରମଜାନ ବେଳେ ଗରିବ ଲୋକଙ୍କୁ ସହାୟତା ଲାଗି ଏକ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ଖାଦ୍ୟଶସ୍ୟ ବଣ୍ଟନ କରାଯାଉଥିଲା। ମୃତକଙ୍କ ମଧ୍ୟରେ ୮ ମହିଳା ଓ ୩ ଶିଶୁ ଥିବା ଜଣାପଡ଼ିଛି। ଦଳାଚକଟାରେ ୬ ଜଣ ସଂଜ୍ଞାହୀନ ହୋଇପଡ଼ିଥିଲେ। ଠେଲାପେଲା ଯୋଗୁ ଅଧିକାଂଶ ଫ୍ୟାକ୍ଟ୍ରି ପାଖରେ ଥିବା ନାଳ ମଧ୍ୟକୁ ଖସିପଡ଼ିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

Share