ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ରବିବାର ରାତି ୧୦ଟାରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ସହରର ଅନେକ ସ୍ଥାନରେ ଗଛଡାଳ ଭାଙ୍ଗି ଯାଇଥିଲା। ଫଳରେ ସହରରେ ୧୨ ଘଣ୍ଟା ହେଲା ବିଦ୍ୟୁତ ସେବା ସ୍ବାଭାବିକ ହୋଇପାରିନାହିଁ। ଇତିମଧ୍ୟରେ ସହରର କିଛି ସାହିକୁ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇଥିବା ବେଳେ ଆହୁରି ଅନେକ ଅଞ୍ଚଳକୁ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇପାରିନାହିଁ। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଅନ୍ୟପଟେ ଭଞ୍ଜନଗର ଦମକଳ ବାହିନୀ ରାସ୍ତା ଉପରେ ଏବଂ ବିଦ୍ୟୁତ ଖୁଣ୍ଟ ଉପରେ ପଡ଼ିଥିବା ଗଛକୁ କାଟି ସଫା କରିବାରେ ବ୍ୟସ୍ତ ଅଛନ୍ତି। ଏଥିସହ ଟାଟା ପାଓ୍ବାର କର୍ମଚାରୀ୍ମାନେ ମଧ୍ୟ ବିଦ୍ୟୁତ ସେବା ସମସ୍ତ ଅଞ୍ଚଳକୁ ସୱାଭାବିକ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ସହରତଳି ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସେବା ସ୍ବାଭାବିକ ହୋଇପାରିନାହିଁ।