ଓ୍ବାର୍ଡେନ ମୃତ୍ୟୁ ଘଟଣାରେ ୧୨ ଘଣ୍ଟିଆ ରାୟଗଡା ବନ୍ଦ

ଟିକିରି,୫।୧( ପ୍ରଫୁଲ କୁମାର ବେହେରା): ଓ୍ବାର୍ଡେନ ମୃତ୍ୟୁ ଘଟଣାରେ ଆଜି ୧୨ ଘଣ୍ଟିଆ ରାୟଗଡା ବନ୍ଦ ଡାକରା ଦିଆଯାଇଛି। ରାୟଗଡା ଜିଲା କାଶିପୁର ବ୍ଲକରେ ଆଜି ସକାଳୁ ସକାଳୁ ବଦ ପ୍ରଭାବ ଦେଖିବାକୁ ମିଳିଛି। ଗତ ୨୧ରେ ନକଟିଗୁଡ଼ା ଗ୍ରାମ ନିବାସୀ ବେଲଧର ମାଝୀଙ୍କ
ଝିଅ ସର୍ଗତଃ ଲକ୍ଷ୍ମୀ ମାଝୀଙ୍କୁ ଚନ୍ଦ୍ରପୁର ମା’ ଗୃହରୁ ଅପହରଣ, ଦୁଷ୍କର୍ମ ପରେ ହତ୍ୟା କରି ଏସିଡ ଏବଂ କାଗଜ ଦ୍ବାରା ଅଳିଆ
ଗଦାରେ ପୋଡ଼ି ଦିଆଯାଇଛି। ବଡ ଦୁଃଖ ଓ ପରିତାପର ବିଷୟ କି ଯେ, ଆଜିକୁ ୧୫ ଦିନ ପରେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇ ନାହିଁ। ଏଣୁ ଏହାର ପ୍ରଦିବାଦରେ ଏହି ଘଟଣାର ମୁଖ୍ୟ ଆସାମୀ ଓ ସହଯୋଗୀ ଦୋଷୀ ମାନଙ୍କୁ
ଗିରଫ କରି ଫାଶୀଦଣ୍ଡ ଏବଂ ସ୍ବର୍ଗତ ଲକ୍ଷ୍ମୀଙ୍କୁ ନ୍ୟାୟ ଦେବା ଦାବିରେ ଆଜି ଆଦିବାସୀ ସମାଜ, କାଶୀପୁର ତରଫରୁ ଶୁକ୍ରବାର ସକାଳ ୬ ଘଣ୍ଟା ରୁ ସା ୬ ଘଣ୍ଟା ପର୍ଯ୍ୟନ୍ତ କାଶୀପୁର ବନ୍ଦ ଡାକରା ଦେଇଛନ୍ତି। କାଶିପୁର ବ୍ଲକ ବିଭିନ୍ନ ଛକରେ ଆଦିବାସୀ ଭାଇମାନଙ୍କ ତରଫରୁ ବିଭିନ୍ନ ଛକରେ ଆଦୋଳନ କରୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ମୃତ ଲକ୍ଷ୍ମୀ ଚନ୍ଦ୍ରପୁର ମା’ ଗୃହରେ ଓ୍ବାର୍ଡେନ୍‌ ଭାବେ କାର୍ଯ୍ୟ କରୁଥିଲେ।