୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି l ବିଭିନ୍ନ ଟ୍ରେଡ଼ ଶ୍ରମିକ ୟୁନିୟନ ପକ୍ଷରୁ ଭଦ୍ରକ ବନ୍ତ ଛକ ନିକଟରେ ପିକେଟିଂ କରିବା ସହ ୧୬ ନଂ ଜାତୀୟ ରାଜପଥକୁ ବନ୍ଦ କରଯାଇଛି। ରାଜପଥର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଯାନବାହନ, ଯାତ୍ରୀ ମାନେ ଯାତାୟାତ କରିବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଯାତ୍ରୀବାହୀ ବସ ଠାରୁ ଆରମ୍ଭ କରି ମାଲବାହୀ ଟ୍ରକ ସବୁ ଅଟକି ରହିଛି l ଟ୍ରେଡ଼ ୟୁନିୟନ ନେତା ଓ କର୍ମୀ ମାନେ ପତାକା ଧରି ବ୍ୟାନର ଧରି ଜାତୀୟ ରାଜପଥ ଉପରେ ବିକ୍ଷୋଭ ପଦର୍ଶନ ସହିତ ନାରାବାଜି କରୁଛନ୍ତି l କେନ୍ଦ୍ର ସରକାର ଲାଗୁ କରିଥିବା ୪ଟି ଶ୍ରମ କୋଡ଼ ବାତିଲ କରିବା ସହ ଶ୍ରମିକମାନଙ୍କୁ ନ୍ୟାର୍ଯ୍ୟ ଦାବି ପ୍ରଦାନ କରିବାକୁ ଦାବି କରିଛନ୍ତି l କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରି କମ୍ପାନୀ ଓ କର୍ପୋରେଟ ପ୍ରୀତି ଯୋଗୁ ଶ୍ରମିକ ମାନଙ୍କୁ ଅଣଦେଖା କରାଯାଉଛି ବୋଲି କହିଛନ୍ତି l ଭଦ୍ରକ କଲେଜ ରୋଡ଼ ଓଭର ବ୍ରିଜ ନିକଟ ଜାତୀୟ ରାଜପଥରେ ସମର ବଳ ଓ ବନ୍ତ ଛକରେ ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଉଛି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ବନ୍ଦ ସଫଳ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର,୧୨ା୨(ସୁନିଲ କୁମାର ମହାନ୍ତି): ଏଆଇଟିୟୁସିର ପକ୍ଷରୁ ଭାରତ ବନ୍ଦ ପରିପ୍ରେକ୍ଷୀରେ ବଲାଙ୍ଗୀରରେ କୋଶଳ କଳା ମଣ୍ଡଳ ପଡ଼ିଆରୁ ଗୁରୁବାର ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯିବା…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଭଡ଼ାଘରେ ଚାଲିଥିଲା ଦେହ ବେପାର: କିଙ୍ଗ୍‌ପିନ୍‌ ସମେତ ୩ ଦେହଜୀବୀ-ଗ୍ରାହକଙ୍କୁ ଧରିଲା ପୋଲିସ

ଖୋର୍ଦ୍ଧା,୧୨ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ ହୋଇଛି। ଏକ ଭଡ଼ାଘରେ ଚାଲିଥିଲା ଦେହ ବେପାର। ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ…

ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୩ ମାସ ମଧ୍ୟରେ…

କଟକ,୧୨।୨: ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ନେଇ ହାଇକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା, ଜମି ପଟ୍ଟାରେ ଲାଗିବ QR କୋଡ୍

ଭୁବନେଶ୍ବର,୧୨।୨: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।…

ପ୍ରେମ ପାଇଁ ନିଜ ଧର୍ମ ଛାଡିଲେ ପ୍ରେମିକା, ମୁସଲିମ୍‌ ଯୁବତୀ ହେଲେ ହିନ୍ଦୁ ଘରର ବୋହୂ

ଭୁବନେଶ୍ୱର,୧୨।୨: ପ୍ରେମ ଋତୁରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରେମୀ ଯୁଗଳ । ପ୍ରେମ ପାଇଁ ପ୍ରେମିକା ଛାଡିଲେ ନିଜ ଧର୍ମ । ଆପଣାଇଲେ ସନାତନ ଧର୍ମ…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

ଛତ୍ରପୁରରେ ବନ୍ଦର ପ୍ରଭାବ: ଜାତୀୟ ରାଜପଥ ଅବରୋଧ, ପୂର୍ବତନ ବିଧାୟକ ଗିରଫ

ଛତ୍ରପୁର,୧୨।୨(ଦିଲ୍ଲୀପ ସାମଲ) : ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri