କାଠ ଗଣ୍ଡି ଓ ଜମି ବିବାଦକୁ ନେଇ ୧୨ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ

ଦାରିଙ୍ଗବାଡି,୨୫।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ଏକ ବିବାଦୀୟ ଜମ୍‌ରେ ଦୁର୍ଗା ପୂଜା କମିଟି ପକ୍ଷରୁ ନାମଯଜ୍ଞ ଓ ଅମୃତ ମିଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ଏହାକୁ ନେଇ ମଙ୍ଗଳବାର ଦୋକାନବଜାର ବନ୍ଦ ରଖିଥିଲା ବଣିକ ସଙ୍ଘ। ଏ ନେଇ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ  ପଦକ୍ଷେପ ନିଆଯାଇଛି। କନ୍ଧମାଳର ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ପୋଲିସ ଅଧିକାରୀ ତଥା ବାଲିଗୁଡାର ନୂତନ ଏସ୍‌ଡିପିଓ ଶୁଭମ ଭୋସଲେ ପୂର୍ବତନ ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ, ଫୁଲବାଣୀ ଏସଡିପିଓ ମାନସ ରଞ୍ଜନ ବାରିକ,ଦାରିଙ୍ଗବାଡି ତହସିଲଦାର ଧୀରୋଜ ପାତ୍ର, ବିଡିିଓ ପ୍ରୀତିରଞ୍ଜନ ରଥ, ଡିଏସପି ତଥା ଥାନା ଅଧିକାରୀ କନକ ମାଝୀ, ଇନ୍ସପେକ୍ଟର ଜୟନ୍ତ ସେଠୀ ପ୍ରମୁଖ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଶାନ୍ତି ବୈଠକ ମାଧ୍ୟମରେ ଆଲୋଚନା କରି ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଉକ୍ତ ଜମିକୁ ୨ ଗୋଷ୍ଠୀ କୌଣସି କାର୍ଯ୍ୟ କରିବା କିମ୍ବା ଜମିକୁ ଯାଇପାରିବେ ନାହିଁ ବୋଲି ନିଷ୍ପତ୍ତିି ନିଆଯାଇଛି ଏଥିରେ ଜିଲା ପ୍ରଶାସନକୁ ୨ ଗୋଷ୍ଠୀ ସହଯୋଗ କରିଥିବା କହିଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି ୨ ପରେ ଜିଲା ପ୍ରଶାସନ ନେବ ବୋଲି କୁହାଯାଇଛି। ଶାନ୍ତି ବୈଠକ ପରେ ଦୋକାନବଜାର ବୁଧବାର ଠାରୁ ଖୋଲାଯିବ ବୋଲି ବଣିକ ସଙ୍ଘର ଉପସଭାପତି ଦିଲୀପ କୁମାର ସାହୁ କହିଛନ୍ତି ବୈଠକ ସାରିବା ବେଳେ ଅପରାହ୍ନ ହୋଇଥିବାରୁ କାଲି ଖୋଲାଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ବିବାଦୀୟ ଜମିରେଆସନ୍ତା ୨୯ ଏବଂ ୩୦ରେ ୨ ଦିନ ଧରି ଯଜ୍ଞ ଓ ଅମୃତମିଳନ କାର୍ଯ୍ୟକ୍ରମ କରାଯିବାକୁ ଉକ୍ତ ଜମିରେ
କୁଣ୍ଡ ନିର୍ମାଣ ସହ ତାର ସୁରକ୍ଷା ପାଇଁ ଛାମୁଣ୍ଡିଆ ନିର୍ମାଣ ସକାଶେ ବଡ଼ ବଡ଼ କାଠ ଗଣ୍ଡି କମିଟି ପକ୍ଷରୁ ଅଣାଯାଇଥିଲା। ଉକ୍ତ କାଠ ଗଣ୍ଡିରେ ବିବାଦୀୟ ଜମିରେ ଅସ୍ଥାୟୀ ଛାମୁଣ୍ଡିଆ କରାଯିବା ବେଳେ ଏହାକୁ ନେଇ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ। ଅନ୍ୟ ଗୋଷ୍ଠୀଙ୍କ ଅଭିଯୋଗ ଯେ ମାଟିଏ ଗଛଟିଏ ଯୋଜନାରେ ସରକାର ଗଛ ଲଗାଉଥିବା ବେଳେ ଏତେ କାଠ ଗଣ୍ଡି କାହିଁକି ଆଉ କିଏ ଜଙ୍ଗଲ ନଷ୍ଟ କରିଛି ବୋଲି ପ୍ରଶ୍ନ କରିଥିଲେ।
ସେହିପରି ଉକ୍ତ ବିବାଦୀୟ ଜମି ଦୀର୍ଘ  ଦିନ ହେଲା ଆଇନର ବିଚରାଧୀନ ରହିଥିବା ବେଳେ ସେଠାରେ କୌଣସି କନଷ୍ଟ୍ରକ୍ସନ କରାଯିବାକୁ ବାରଣ ରହିଥିବା ଅଭିଯୋଗ କରି ଉତ୍ତେଜନା ଦେଖାଯାଇଥିଲା। ଏହାକୁ ରୟାଲଟି ଦେଇ ଜଙ୍ଗଲରୁ କାଠକୁ ଦୁର୍ଗାପୂଜା କମିଟି ଆଣିଥିବା କହିବା ସହ ସୋମବାର ଅପରାହ୍ନରେ ବିବାଦୀୟ ଜମିରେ ଦେଖାଯାଇଥିଲା ଉତ୍ତେଜନା ୨ ଗୋଷ୍ଠୀ ମଧ୍ୟରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖାଯାଇଥିଲା ପରେ ତହସିଲଦାର ଧୀରୋଜ ପାତ୍ର ଏବଂ ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟୋକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଉକ୍ତ ବିବାଦୀୟ ଜମିରେ ଯଜ୍ଞ ଓ ପୂଜକର୍ମ କରିବାକୁ ଅନ୍ୟ ଗୋଷ୍ଠୀ ବିରୋଧ କରୁଥିବା ଅଭିଯୋଗରେ ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରତିବାଦ ଜଣାଇ ଦାରିଙ୍ଗବାଡି ବଣିକ ସଂଘକୁ ଦୋକାନ ବଜାର ବନ୍ଦ କରିବାକୁ ନିବେଦନ କରି ଚିଠି ଲେଖିଥିଲେ ଏଥିରେ ସଂଘ ସହମତି ପ୍ରକାଶ କରି ମଙ୍ଗଳବାର ଦୋକାନବଜାର ବନ୍ଦ କରିଥିଲା। ବୋଲି ବଣିକ ସଙ୍ଘର ସଭାପତି ଲଡ଼ୁ କିଶୋର ସାହୁ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri