Categories: ଅନୁଗୋଳ

୧୨ ଫୁଟର ଅଜଗର ଉଦ୍ଧାର

ଅନୁଗୋଳ ଅଫିସ, ୧୭।୯: ଅନୁଗୋଳ ଜିଲା ବେନ୍ତପୁର ଗ୍ରାମରୁ ବୁଧବାର ଏକ ୧୨ ଫୁଟର ଅଜଗର ଉଦ୍ଧାର କରାଯାଇଛି। ମହେନ୍ଦ୍ର ଭୋଇଙ୍କ ଘର ପାଖ ଧାନ ବିଲରେ ଅଜଗରକୁ ଦେଖି ସ୍ଥାନୀୟ ଯୁବକମାନେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ। ଆଦିତ୍ୟଙ୍କ ସହ ଦୀପ୍ତିରଞ୍ଜନ ଦାସ ଓ ରକି ରାଉତ ସେଠାରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହଯୋଗରେ ସାପକୁ ଉଦ୍ଧାର କରିଥିଲେ। ସାପଟି ଗିଳିଥିବା ଏକ ବଡ଼ ଗୋଧିକୁ ସେଠାରେ ବାନ୍ତି କରାଇ କାଢ଼ିଥିଲେ। ଅନୁଗୋଳ ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଅଜଗରକୁ ଏହାର ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିବା ସୂଚନା ମିଳିଛି।