ଅନଲାଇନ ବେଟିଂ ଆପ ମାମଲା: ଇଡିର ନଜରରେ ୧୨ ସେଲିବ୍ରେଟି, ୧୦୦ରୁ ଅଧିକ ଇନଫ୍ଲୁଏନସର

ନୂଆଦିଲ୍ଲୀ,୫।୧୦: ମହାଦେବ ଅନଲାଇନ ବେଟିଂ ଆପ ସ୍କାମ ମାମଲାରେ ଯାଞ୍ଚ ଏଜେନ୍ସି ଇଡିର ତଦନ୍ତରେ ଆହୁରି ଅନେକ ସେଲିବ୍ରେଟି ଶିକାର ହେବାକୁ ଯାଉଛନ୍ତି। ଇଡି ଶୁକ୍ରବାର ଦିନ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଇଡି ଶିବିରକୁ ଆସିବା ପାଇଁ ସମନ ଜାରି କରିଛି। ଏହି ଅର୍ଥ ହେରଫେର ମାମଲାରେ ଏପର୍ଯ୍ୟନ୍ତ ଇଡି ଦ୍ୱାରା ଚାରି ଜଣଙ୍କୁ ଗିରଫ କରାଯାଇଛି। ତେବେ ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ଆପ ସ୍କାମ ମାମଲାରେ ୧୭ଜଣ ବଲିଉଡ ସେଲିବ୍ରେଟି ଇଡିର ରାଡାରରେ ଅଛନ୍ତି।
ରଣବୀର କପୁରଙ୍କ ବ୍ୟତୀତ ବଲିଉଡ, ଟଲିଉଡ ଅଭିନେତାଙ୍କ ବ୍ୟତୀତ ଅନେକ କ୍ରୀଡ଼ାବିତ୍‌ ସମେତ ୧୨ରୁ ଅଧିକ ଏ-ଲିଷ୍ଟର୍ସ ସେଲିବ୍ରେଟି ଏଜେନ୍ସିର ରାଡାରରେ ଅଛନ୍ତି। ରଣବୀର କପୁର ଏହି ସେଲିବ୍ରେଟିଙ୍କ ମଧ୍ୟରେ ସର୍ବାଧିକ ପାରିଶ୍ରମିକ ପ୍ରାଉଥିବା ଅଭିନେତା ଏବଂ ସେ ସୋସିଆଲ ମିଡିଆରେ ଏହି ଆପକୁ ପ୍ରୋମୋଟ କରିଥିଲେ।

ଏହି ଆପକୁ ପ୍ରୋମୋଟ କରୁଥିବା ୧୦୦ରୁ ଅଧିକଇନଫ୍ଲୁଏନସରଙ୍କୁ ଇଡି ସମନ ଜାରି କରିବ। ଏହା ବ୍ୟତୀତ ଦୁବାଇରେ ଆପ ପ୍ରମୋଟରଙ୍କ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ଯୋଗ ଦେଇଥିବା ୧୪ରୁ ଅଧିକ ସେଲିବ୍ରିଟିଙ୍କୁ ମଧ୍ୟ ପଚରାଉଚରା କରାଯିବ। ତେବେ କପୁରଙ୍କ ବ୍ୟତୀତ ଅନ୍ୟ ସେଲିବ୍ରେଟିଙ୍କ ନାଁ ଇଡି ଏଯାଏଁ ପ୍ରକାଶ କରିନାହିଁ।

 

Share