ବିମାନ ଦୁର୍ଘଟଣାରେ ୧୨ ମୃତ, ଜଳୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ରିଓ ଡି ଜେନରିଓ,୩୦।୧୦: ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ ବ୍ରାଜିଲର ଆମାଜନ ଅଞ୍ଚଳରେ ରବିବାର ସକାଳେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ୧୨ଜଣଙ୍କର ମୃତ୍ୟୁ ଘଟିଛି।

ଗୋ ଗ୍ଲାଡସନ କାମେଲିଙ୍କ ପ୍ରେସ କାର୍ଯ୍ୟାଳୟ କହିଛି ଏକର ରାଜ୍ୟର ରାଜଧାନୀ ରିଓ ବ୍ରାନକୋର ମୁଖ୍ୟ ବିମାନବନ୍ଦର ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଦୁର୍ଘଟଣା ପରେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ଜଙ୍ଗଲରେ ଜଳୁଥିବା ଆବର୍ଜନା ଦେଖିବାକୁ ମିଳିଥିଲା।

 

Share