ଟେଗୁସିଗଲ୍ପା,୧୯।୩: ସୋମବାର ରାତିରେ ରୋଆଟାନ ଦ୍ୱୀପରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ଏକ ବିମାନ ହଣ୍ଡୁରାସ ଉପକୂଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି, ୫ ଜଣ ବଞ୍ଚି ଯାଇଛନ୍ତି ଏବଂ ଜଣେ ଏବେ ବି ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ଗାରିଫୁନା ସଂଗୀତଜ୍ଞ ଆଉରେଲିଓ ମାର୍ଟିନେଜ ସୁଆଜୋ ଥିଲେ।
ଦ୍ୱୀପର ଉପକୂଳରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ବିଭାନର ଭଗ୍ନାବଶେଷ ମିଳିଥିଲା।
ହୋଣ୍ଡୁରାନ ଏୟାରଲାଇନ୍ସ ଲାନହାସା ଦ୍ୱାରା ପରିଚାଳିତ ଏକ ଛୋଟ ଜେଟଷ୍ଟ୍ରିମ ବିମାନର ଭଗ୍ନାବଶେଷ ଦ୍ୱୀପର ଉପକୂଳରୁ ପ୍ରାୟ ଏକ କିଲୋମିଟର ଦୂରରେ ମିଳିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଜଣେ ଆମେରିକୀୟ ନାଗରିକ, ଜଣେ ଫରାସୀ ନାଗରିକ ଏବଂ ଦୁଇଜଣ ନାବାଳକ ଥିଲେ। ବିମାନଟି ହଣ୍ଡୁରାସର ଲା ସେହିବା ବିମାନବନ୍ଦରକୁ ଯିବାର କାର୍ଯ୍ୟକ୍ରମ ଥିଲା।


