ଚିଲିକାରେ ୧୨. ୪୨ ଲକ୍ଷ ପକ୍ଷୀ

ବାଲୁଗଁା,୬।୧(ଡି.ଏନ୍‌.ଏ.): ଚିଲିକାରେ ମଙ୍ଗଳବାର ପକ୍ଷୀ ଗଣନା ସମାପ୍ତ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମିଳିତ ଆନୁକୂଲ୍ୟରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ ଗତବର୍ଷ ସମଗ୍ର ଚିଲିକାରେ ୧୧ଲକ୍ଷ ୫ହଜାର ୪୦ଟି ପକ୍ଷୀଙ୍କ ସମାଗମ ହୋଇଥିଲା କିନ୍ତୁ ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୧୨ଲକ୍ଷ ୪୨ହଜାର ୮୨୬ରେ ପହଞ୍ଚତ୍ଛି। ଅର୍ଥାତ୍‌ ଗତବର୍ଷ ତୁଳନାରେ ଚଳିତବର୍ଷ ୧ଲକ୍ଷ ୩୭ହଜାର ୭୮୬ଟି ପକ୍ଷୀ ବୃଦ୍ଧି ପାଇଛି। ସେହିପରି ୧୫.୫୩ ବର୍ଗ କି.ମି. ପରିବ୍ୟାପ୍ତ ପକ୍ଷୀ ଅଭୟାରଣ୍ୟ ନଳବଣରେ ଚଳିତବର୍ଷ ମାତ୍ର ୪ଲକ୍ଷ ୨୪ହଜାର ୭୮୮ଟିି ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଗତବର୍ଷ ଏଠାରେ ୪ ଲକ୍ଷ ୬ହଜାର ୫୪୫ପକ୍ଷୀଙ୍କ ସମାଗମ ହୋଇଥିଲା। ଅର୍ଥାତ୍‌ ଚଳିତବର୍ଷ ୧୮ ହଜାର ୨୪୩ ଟି ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି।
ବର୍ଷଗୁଡ଼ିକରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ୧୯୦ଟି ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାଯାଇଛି। ଗତବର୍ଷ ୧୮୪ ପ୍ରଜାତିର ପକ୍ଷୀ ଆସିଥିବାବେଳେ ସେଥିରୁ ବିଦେଶାଗତ ୧୧୧ପ୍ରଜାତିର ଓ ଦେଶୀୟ ପକ୍ଷୀ ୭୯ ଥିଲେ। ଏଥର ୬ଟି ପ୍ରଜାତିର ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି। ନୂତନ ଅତିଥି ଭାବେ ଚଳିତବର୍ଷ ମାଲାଡ ଏବଂ ଫାଲ୍‌କେଟେଡ୍‌ ଟିଲ୍‌ ଦୃଷ୍ଟିଗୋଚର ହୋଇଛନ୍ତିି। ଏହି ପକ୍ଷୀ ବିଶେଷ କରି ଆମେରିକା, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ। ନଳବଣରେ କେବଳ ୧୧୦ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ଗଡ଼ୱାଲ ପ୍ରଜାତିର ୨ଲକ୍ଷ ୨୨ହଜାର ୦୦୯, ନଦ୍ଦର୍ନ ପ୍ରିଣ୍ଟେଲ୍‌ ୧ଲକ୍ଷ ୬୪ହଜାର ୧୧୬, ୟୁରାସିଆନ୍‌ ୱିଜିଅନ୍‌ ପ୍ରଜାତିର ୨ଲକ୍ଷ ୧୦ହଜାର ୪୦୩, କମନ କୁଟ ୯୨ହଜାର ୩୭୨ ସଂଖ୍ୟାରେ ଅଛନ୍ତି। ତେବେ ଚିଲିକାର ଶୋଭାବର୍ଦ୍ଧନକାରୀ ସବୁଠାରୁ ଆକର୍ଷଣୀୟ ଫ୍ଲେମିଂ ଗୋ (ଏରା) ହଂସଜାତୀୟ ପକ୍ଷୀ ଗତବର୍ଷ ୧୩୫୦ଟି ଦୃଷ୍ଟିଗୋଚର ହୋଇଥିବାବେଳେ ଚଳିତବର୍ଷ କିନ୍ତୁ ଏହି ପକ୍ଷୀ ସଂଖ୍ୟା ହ୍ରାସ ପାଇ ୭୧ରେ ପହଞ୍ଚତ୍ଛି, ଯାହାକି ପକ୍ଷୀପ୍ରେମୀ ଓ ବିଶାରଦଙ୍କ ମଧ୍ୟରେ ହତୋତ୍ସାହ ପରିଲକ୍ଷିତ ହୋଇଛି। ଏହି ପକ୍ଷୀଙ୍କ ଜଳକ୍ରୀଡ଼ା ଚିଲିକାର ସୌନ୍ଦର୍ଯ୍ୟକୁ ଦ୍ୱିଗଣିତ କରୁଥିବା ବେଳେ ପର୍ଯ୍ୟଟକ ତଥା ପକ୍ଷୀପ୍ରେମୀଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।
ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ ତଥା ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀ ଚିଲିକାଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବିଭାଗୀୟ ପକ୍ଷରୁ ସମଗ୍ର ଚିଲିକାକୁ ୨୧ଟି ଜୋନ୍‌ରେ ବିଭକ୍ତ କରାଯାଇ ୨୧ଟି ଦଳକୁ ନିୟୋଜିତ କରାଯାଇଥିଲା। ନଳବଣରେ କେବଳ ୬ଟି ଦଳ ରହି ପକ୍ଷୀ ଗଣନା କରିଥିବାବେଳେ ସ୍ଥଳଭାଗରେ ୨ଟି ଏବଂ ଅବଶିଷ୍ଟ ୧୩ଟି ଦଳ ଅନ୍ୟାନ୍ୟ ଜୋନ୍‌ ତଥା ବାଲିପାଟପୁରଠାରୁ ସାତ ଭାୟା, ରମ୍ଭା, ମଙ୍ଗଳଯୋଡ଼ି ଠାରୁ ଭୂଷୁଣ୍ଡପୁର, ସୋରଣଠାରୁ ନଈରୀ, କୃଷ୍ଣପ୍ରସାଦ, କାଳିଜାଈଠାରୁ ଚନ୍ଦ୍ରାପୁଟ, ସାତପଡ଼ା ଠାରୁ ଗମ୍ଭାରୀ ଓ ଗୁରୁବାଇ, ଅରଖକୁଦା, ଗୋଠକୁଦ ଠାରୁ ନୂଆପଡ଼ା ଆଦି ଅଞ୍ଚଳରେ ଗଣନା କରିଥିଲେ। ପକ୍ଷୀ ଗଣନାକାରୀଙ୍କୁ ମୋଟ ୨୧ଟି ଡଙ୍ଗା ଦିଆଯାଇଥିଲା। ବାଲୁଗାଁ ରେଞ୍ଜ୍‌ ଅଧୀନ ନଳବଣର ୪ଟି ଜୋନ୍‌ରେ ସର୍ବାଧିକ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସର୍ବନିମ୍ନ ପକ୍ଷୀଙ୍କୁ ରମ୍ଭା ରେଞ୍ଜରେ ଚିହ୍ନଟ କରାଯାଇଥିଲା। ମଙ୍ଗଳବାର ସକାଳ ୬ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପକ୍ଷୀଗଣନା କାର୍ଯ୍ୟ ଚାଲିଥିଲା। ଏହି ପକ୍ଷୀ ଗଣନା କାର୍ଯ୍ୟରେ ବମ୍ବେ ନ୍ୟାଚୁରାଲ୍‌ ହିଷ୍ଟ୍ରି ଅଫ୍‌ ସୋସାଇଟ୍‌ର ବିଶେଷଜ୍ଞ ତଥା ଉପନିର୍ଦ୍ଦେଶକ ଡ.ଏସ୍‌ ବାଲ୍‌ ଚନ୍ଦ୍ରନ୍‌, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ କେଦାର ସ୍ବାଇଁ, ଏସିଏଫ୍‌ ଶରତ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମୋଟ ୧୨୦ଜଣ ଗଣନା କାର୍ଯ୍ୟରେ ସାମିଲ୍‌ ହୋଇଥିଲେ। ତେବେ ସମଗ୍ର ଚିଲିକାରେ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧିର କାରଣ ସମ୍ପର୍କରେ ଡିଏଫ୍‌ଓ କେଦାର କୁମାର ସ୍ବାଇଁଙ୍କୁ ପଚାରିବାରେ ଚଳିତବର୍ଷ ଚିଲିକା ଅଞ୍ଚଳରେ ଗତବର୍ଷ ଅପେକ୍ଷା ଜଳସ୍ତର ଓ ପାଣିପାଗ ଅନୁକୂଳ ରହିିଛି। ଏଥିଯୋଗୁ ପକ୍ଷୀମାନେ ଉପଯୁକ୍ତ ବାସସ୍ଥାନ ଓ ଖାଦ୍ୟ ଅନ୍ବେଷଣ ନିମନ୍ତେ ବିଶେଷକରି ସ୍ଥଳଭାଗ ଅପେକ୍ଷା ଜଳଭାଗକୁ ଅଧିକ ପସନ୍ଦ କରିଥିବା ଅନୁମାନ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri