ଗଞ୍ଜାମର ୧୨.୩୫ ଲକ୍ଷ ଲୋକଙ୍କ ହେଲାଣି ଅକ୍ସିଜେନ ସ୍ତର ଯାଞ୍ଚ

ଛତ୍ରପୁର,୧୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ୮ ତାରିଖରୁ ଅକ୍ସିଜେନ ସ୍ତର ଯାଞ୍ଚ କ୍ୟାମ୍ପେନ ଚାଲିଛି। ପ୍ରତି ଘରକୁ ଘର ଟିମ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଅକ୍ସିଜେନ ସ୍ତର ଯାଞ୍ଚ କରୁଛି। ଏହାଦ୍ୱାରା କରୋନା ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ ହୋଇପାରିବେ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି।
ଶୁକ୍ରବାର ଦିନକରେ ଜିଲାର ୪ ଲକ୍ଷ ୧୯ ହଜାର ୦୬୭ ଜଣଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ହୋଇଛି। ଏହାକୁ ମିଶାଇ ବର୍ତମାନ ସୁଦ୍ଧା ଗଞ୍ଜାମର ୧୨ ଲକ୍ଷ ୩୫ ହଜାର ୭୪୦ ଜଣଙ୍କ ଅକ୍ସିଜେନ ସ୍ତର ଯାଞ୍ଚ କରାଗଲାଣି। ଏହି ଯାଞ୍ଚ ପରେ ୯୯ ଜଣଙ୍କ ଅକ୍ସିଜେନ ସ୍ତର ନିର୍ଧାରିତ ଠାରୁ କମ ରହିଥିବା ଜଣାପଡିଛି ୩୧୨ ଜଣ ମେଡିକାଲ ତତ୍ତ୍ୱାବଧାନରେ ଥିବା ଜିଲାପାଳ ସୂଚନା ଦେଇଛନ୍ତି। ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହାଦ୍ୱାରା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ ସହ ଠିକ ସମୟରେ ଚିକିତ୍ସା କରାଯାଇପାରିବ ବୋଲି କୁହାଯାଇଛି।