ଶୀତ ମହୋତ୍ସବ:ପ୍ରଥମ ଦିନରେ କଳାହାଣ୍ଡି କଟପ୍ପାଙ୍କ ପାରମ୍ପରିକ ନୃତ୍ୟ-ଶୋଭାଯାତ୍ରାରେ ଦର୍ଶକ ମୁଗ୍ଧ

ଦାରିଙ୍ଗବାଡି, ୮।୧ (ଅରୁଣ ସାହୁ ): ବହୁ ପ୍ରତିକ୍ଷିତ ଶୀତ ମହୋତ୍ସବ -୨୦୨୬ ଗୁରୁବାର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗଦେଇ ଏହାକୁ  ଶୁଭ ଉଦଘାଟନ କରିଥିଲେ ସେହିପରି ଅନ୍ୟତମ ଅତିଥିଭାବେ ମୁଖ୍ୟବକ୍ତା ତହସିଲଦାର ଧୀରଜ ପାତ୍ର,  ବାଲିଗୁଡା ଡେପୁଟି କଲେକ୍ଟର ସଂଜୀବ ରୁପାମାଝି, ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ,ବିଡ଼ିଓ ପ୍ରୀତିରଞ୍ଜନ ରଥ, ଅତିତିକ୍ତ ତହସିଲଦାର ଦୁଃଶାସନ ସ୍ୱାଇଁ  ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରାରମ୍ଭ ରେ ଦେଶାତ୍ମକ ସଙ୍ଗୀତ ଗାନ କରାଯାଇଥିଲା। ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ ଏହି ମହୋତ୍ସବ ରେ ଉପସ୍ଥିତ ଦର୍ଶକ, ପର୍ଯ୍ୟଟକଙ୍କୁ ସ୍ୱାଗତ ଜଣାଇବା ସହ ଏହାକୁ ସଫଳ କରାଇବାକୁ ସମସ୍ତଙ୍କୁ ସହଯୋଗ କରିବାକୁ ନିବେଦନ କରୁଥିଲେ ଏଥି ସହ ମହୋତ୍ସବ ର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମକୁ ଶିବାନନ୍ଦ ବାରିକ ଓ ଶୋଭାନା ସଂଯୋଜନା କରିଥିଲେ। ଦାରିଙ୍ଗବାଡିରେ ଗତ ଗୋଟିଏ ଦଶନ୍ଧି ଧରି ଏହି ଉତ୍ସବ ପାଳନ ହୋଇ ଏବେ ମହୋତ୍ସବ ରେ ପରିଣତ ହୋଇଛି।  ଅଞ୍ଚଳରେ ଏହି ସମୟରେ ଶୀତ ପ୍ରବଳ ହେଉଥିବା ବେଳେ ଶୀତ କୁ ନେଇ ଶୀତ ଉତ୍ସବ ପାଳନ ହୋଇଆସୁଛି ଭାଇଚାରା ର ସହର ଦାରିଙ୍ଗବାଡି ରେ ପାରମ୍ପରିକ ଜନଜାତି ନୃତ୍ୟ ସହ ତାଙ୍କ ଚଳଣି, ଖାଦ୍ୟ, ପରିଧାନ, ପାରମ୍ପରିକ ଚାଷ ଅଞ୍ଚକକୁ ସ୍ୱତନ୍ତ୍ର ପରିଚୟ ଦେଇଛି ଆଉ ଏବେ ଶୀତ ମହୋତ୍ସବ ହେବା ଠାରୁ ଏହା ଆହୁରି ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ ହୋଇପାରିଥିବା ଅତିଥିମାନେ କହିଥିଲେ ସେହିପରି ଦାରିଙ୍ଗବାଡି ରେ ଅନେକ ପର୍ଯ୍ୟଟନକ୍ଷେତ୍ର ରହିଛି କଫି ବଗିଚା ଦାରିଙ୍ଗବାଡି କୁ ପରିଚିତ ଦେଇଥିବା ବେଳେ ଏବେ ଶୀତ ମହୋତ୍ସବ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟକଙ୍କ ପାଇଁ ରହଣି ବ୍ୟବସ୍ଥା ତଥା ଇକୋ ରିଟ୍ରିଟ ମଧ୍ୟ ଏକ ସ୍ୱତନ୍ତ୍ର ସୃଷ୍ଟି କରୁଥିବା କୁହାଯାଇଛି। ଏହି ମହୋତ୍ସବ ର ପ୍ରଥମ ଦିନରେ ମଞ୍ଚରେ ଓଡିଶୀ ନୃତ୍ୟ ସମେତ ଚାଙ୍ଗୁ ବାଦ୍ୟ, ଦଣ୍ଡ ଚରିତ୍ର, ବୀଣାକାର ନୃତ୍ୟ, , ଜନଜାତିଙ୍କ ପାରମ୍ପରିକ ନୃତ୍ୟ,ଛାତ୍ରୀଛାତ୍ର ଙ୍କ ଦ୍ୱାରା ଦଳଗତ ନୃତ୍ୟ,କୋଲକାତା ନୁପୁର ଡ୍ୟାନ୍ସ, ପ୍ରଜ୍ଞାନ ଏବଂ ଶଙ୍କରଙ୍କ କମେଡି, ଖୋର୍ଦ୍ଧା ଜିଲ୍ଲା ଦୁର୍ଗା ପ୍ରସାଦ ବାରିକ ଓ ତାଙ୍କ ଦଳ ଙ୍କ ଦ୍ୱାରା ପାଇକ ଆଖଡ଼ା ଆଦି ଆକର୍ଷଣୀୟ ରହିଥିଲା। ଏହି ମହୋତ୍ସବ ପାଇଁ ପ୍ରାରମ୍ଭ ରୁ ଶିବ ମନ୍ଦିର ପ୍ରାଙ୍ଗଣ ରୁ ମଶାଲ ବାହାରିଥିଲା। ଏଥିରେ ବିଡ଼ିଓ ପ୍ରୀତିରଞ୍ଜନ ରଥ ସାମିଲ ହୋଇଥିଲେ। ମୁଖ୍ୟ ଆକର୍ଷଣ କଳାହାଣ୍ଡି କଟପ୍ପା ପାରମ୍ପରିକ ଜନଜାତି ବାଦ୍ୟ, ଅସ୍ତ୍ରଶସ୍ତ୍ର ଧରି ନୃତ୍ୟ,ପରିବେଶଣ କରି ଶୋଭାଯାତ୍ରା ରେ ମହୋତ୍ସବ ପଡିଆରେ ପହଞ୍ଚିଥିଲେ। ତାଙ୍କୁ ଦେଖିବାକୁ ଶହ ଶହ ଦର୍ଶକ ଭିଡ଼ ଜମାଇବା ସହ କଳାହାଣ୍ଡି କଟପ୍ପା  ନିକଟରେ ଙ୍କୁ ପାଇ ସେଲ୍ଫି ଉଠାଇ ଥିବା ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri