Categories: ଜାତୀୟ

୧୫୦ ଦିନିଆ ଭାରତ ଯୋଡ଼ ପଦଯାତ୍ରାରେ ୧୧୯ ଭାରତ ଯାତ୍ରୀ…

ନୂଆଦିଲ୍ଲୀ, ୮।୯ : କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ ବହୁ ବରିଷ୍ଠ ନେତା ଗୁରୁବାର ସକାଳେ କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି। ଦଳ ଏହି ଯାତ୍ରାକୁ ଏକ ଜନସମ୍ପର୍କ ଅଭିଯାନ ଭାବରେ ବର୍ଣ୍ଣନା କରୁଛି ଏବଂ ସଂଗଠନକୁ ସୁଦୃଢ଼ କରିବାକୁ ପ୍ରୟାସ କରୁଛି।

ରାହୁଲ ଗାନ୍ଧୀ ଅନ୍ୟ ୧୧୮ ଜଣ ଭାରତ ଯାତ୍ରୀ ଏବଂ ବହୁ ବରିଷ୍ଠ ନେତା ତଥା କାର୍ଯ୍ୟକର୍ତ୍ତାଙ୍କ ସହ ବିବେକାନନ୍ଦ ପଲିଟେକନିକରୁ ଯାତ୍ରା ଆରମ୍ଭ କରିଛନ୍ତି। ୧୧୯ ଜଣ ଭାରତ ଯାତ୍ରୀ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ସମୁଦାୟ ୩,୫୭୦ କିଲୋମିଟର ଦୂରତା ଅତିକ୍ରମ କରିବେ ।

ପଦଯାତ୍ରା ସେପ୍ଟେମ୍ବର ୧୧ ରେ କେରଳରେ ପହଞ୍ଚି ୩୦ ସେପ୍ଟେମ୍ବରରେ କର୍ନାଟକରେ ପହଞ୍ଚିବ ଏବଂ ତା’ପରେ ଉତ୍ତର ଦିଗକୁ ଅନ୍ୟ ରାଜ୍ୟକୁ ଯିବ।

Share