୧୦ ମାସରେ ୧୧, ୮୨୪ ଅଭିଯୋଗ

ଭୁବନେଶ୍ୱର, ୧।୧୧(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରବାସୀଙ୍କୁ ସ୍ବଚ୍ଛ ଓ ସୁନ୍ଦର ପରିବେଶ ସହିତ ମୌଳିକ ସୁବିଧା ଯୋଗାଇ ଦେବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଅନେକ ସମୟରେ ବିଭିନ୍ନ ଯୋଜନା ସହିତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ସେହିପରି ମହାନଗର ନିଗମବାସୀଙ୍କର କୌଣସି ସମସ୍ୟା ଉପୁଜିଲେ ଏଥିପାଇଁ ସେମାନେ ବିଏମ୍‌ସିରେ ଅଭିଯୋଗ କରିପାରିବାର ବ୍ୟବସ୍ଥା ରହିଛି। ପ୍ରତିଦିନ ଏକାଧିକ ଅଭିଯୋଗ ବିଏମ୍‌ସିରେ ଦାଖଲ କରାଯାଉଥିବା ବେଳେ କେତେକ ସମାଧାନ ହୋଇଛି ଓ ଆଉ କେତେକ ଅଭିଯୋଗ ବିଏମ୍‌ସି ଫାଇଲ ତଳେ ପଡିରହିଛି। ଅଭିଯୋଗ କରିବା ପାଇଁ ବିଏମ୍‌ସି ପକ୍ଷରୁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ର ବ୍ୟବସ୍ଥା କରାଯାଇଛି। ଏଥିସହ ଯେଉଁମାନେ ଅନ୍‌ଲାଇନ୍‌ ବ୍ୟବସ୍ଥା ସମ୍ପର୍କରେ ଅଭ୍ୟସ୍ତ ନୁହଁନ୍ତି ସେମାନଙ୍କ ପାଇଁ ୧୯୨୯ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ଚଳିତ ବର୍ଷ ଜାନୁୟାରୀରୁ ଅକ୍ଟୋବର ୩୦ ମଧ୍ୟରେ ବିଏମ୍‌ସିରେ ମୋଟ୍‌ ୧୧ହଜାର ୮୨୪ଟି ଅଭିଯୋଗ ଦାଖଲ କରାଯାଇଛି। ସେଥିମଧ୍ୟରୁ ମୋଟ୍‌ ୧୧ହଜାର ୩୫୮ଟି ସମାଧାନ ହୋଇଥିବାବେଳେ ୪୬୬ଟି ଅଭିଯୋଗ ସମାଧାନ ଅପେକ୍ଷାରେ ରହିଛି। ଅପରପକ୍ଷେ ଷ୍ଟ୍ରିଟ୍‌ ଲାଇଟ୍‌ ସମ୍ବନ୍ଧୀୟ ୬,୧୧୮ଟି ଅଭିଯୋଗ ରହିଥିବାବେଳେ ୫,୮୮୦ଟି ସମାଧାନ ହୋଇଛି। ସେହିପରି ପରିମଳ ସମ୍ପର୍କିତ ମୋଟ୍‌ ୩,୩୯୮ଟି ଅଭିଯୋଗ ଦାଖଲ ହୋଇଥିବାବେଳେ ୩,୩୩୧ଟି ସମାଧାନ ହୋଇଛି। ବାକି ୨,୩୦୮ଟି ରାସ୍ତା, ଖାଲଖମା ଏବଂ ଅନ୍ୟାନ୍ୟ ଅଭିଯୋଗ ରହିଛି। ସେଥିମଧ୍ୟରୁ ୨,୧୪୭ଟି ସମାଧାନ ଅପେକ୍ଷାରେ ରହିଛି।
ଅପରପକ୍ଷେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଦାୟିତ୍ୱ ନେବା ପରେ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ‘ଜନ ଅଭିଯୋଗ ଶୁଣାଣି’ ଆରମ୍ଭ କରିଛନ୍ତି। ଜୁଲାଇ ୪ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଯେଉଁଥିରେ ପ୍ରତି ସୋମବାର ସାଧାରଣ ନାଗରିକ ସିଧାସଳଖ କମିଶନରଙ୍କୁ ଭେଟି ନିଜର ଅସୁବିଧା ଜଣାଇ ପାରିବେ। ଏଯାବତ୍‌ ଜନ ଶୁଣାଣିରେ ୧୫୮ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୧୩୭ଟି ସମାଧାନ ହୋଇଛି। ଅପରପକ୍ଷେ କେବଳ ଅକ୍ଟୋବର ମାସରେ ବିଏମ୍‌ସିକୁ ୨୨୪୬ଟି ଅଭିଯୋଗ ଦାଖଲ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri