ଏପ୍ରିଲରେ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୧୭ା୫: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା’ର ମାସିକ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। କମ୍ପାନୀର ଘୋଷଣା ଅନୁଯାୟୀ ୨୦୨୪ ଏପ୍ରିଲରେ ବ୍ରାଣ୍ଡ୍‌ ମୋଟ ୧୧,୬୫୬ ୟୁନିଟ୍‌ ବିକ୍ରି କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ଅପ୍ରତ୍ୟାଶିତ ସଫଳତା ପରେ ବ୍ରାଣ୍ଡ୍‌ ଏକ ଉନ୍ନତ ପ୍ଲାଟ୍‌ଫର୍ମ ସହ ୨୦୨୪-୨୫ ଆର୍ଥିକ ବର୍ଷର ଯାତ୍ରା ଆରମ୍ଭ କରିବା ପାଇଁ ଉତ୍ସାହିତ ଅଛିି।

ଉଲ୍ଲେଖଯୋଗ୍ୟ, କମ୍ପାନୀ ବାର୍ଷିକ ଆଧାରରେ ମୋଟ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି କରିଥିବା ବେଳେ ବଜାର ଅଂଶ ହାସଲ କରିବା ମଧ୍ୟ ଜାରି ରଖିଛି। ଅପରପକ୍ଷରେ ସୋନାଲିକାର ହୋସିଆରପୁରସ୍ଥିତ ପ୍ଲାଣ୍ଟରୁ ଉପତ୍ାଦିତ ଅଭିନବ ଟ୍ରାକ୍ଟରଗୁଡିକ କୃଷକଙ୍କ ପାଇଁ ଉପତ୍ାଦକତା ଓ ଲାଭ ପ୍ରଦାନ କରିବା ଦୃଷ୍ଟିରୁ ଉତ୍କର୍ଷ ପ୍ରଦର୍ଶନକରି ଆସୁଛି। ବ୍ରାଣ୍ଡ୍‌ର ହେଭି ଟ୍ରାକ୍ଟର ରେଞ୍ଜ ଗୁଣବତ୍ତା ଓ କାର୍ଯ୍ୟଦକ୍ଷତାର ଉପଯୁକ୍ତ ସମ୍ମିଶ୍ରଣ ସୃଷ୍ଟିକରିବା ସହ ସୋନାଲିକାର ଗୁରୁତ୍ୱ କମ୍ପାନୀକୁ ଭାରତରେ ୩ୟ ସର୍ବବୃହତ୍‌ ଟ୍ରାକ୍ଟର ବ୍ରାଣ୍ଡ୍‌ର ସ୍ଥିତିକୁ ଦୃଢତାର ସହ ସୁରକ୍ଷିତ ରଖିବା ପାଇଁ ସକ୍ଷମ କରିଛି।

ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ବଜାର ଅଂଶରେ ବୃଦ୍ଧି ସହ ୨୦୨୪ ଏପ୍ରିଲରେ ମୋଟ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି ସହ ୨୦୨୪-୨୫ ଆର୍ଥିକ ବର୍ଷର ଯାତ୍ରାକୁ ଆରମ୍ଭ କରିବା ପାଇଁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଆଡ୍‌ଭାନ୍ସଡ୍‌ ହେଭି ଡ୍ୟୁଟି ଟ୍ରାକ୍ଟର ସିରିଜ ନିରନ୍ତର ଭାବେ କୃଷକମାନଙ୍କୁ ନୂଆ ସୁଯୋଗଗୁଡିକର ଏକ ଦୁନିଆ ଆଡ଼କୁ ଅଗ୍ରସର କରୁଛି। ଏ କାରଣରୁ ଆମ ନିକଟରେ ଆଜି ୧୫ ଲକ୍ଷରୁ ଅଧିକ କୃଷକଙ୍କ ପରିବାର ରହିଛି। ଏପରିକି ଆଗକୁ ରହିଥିବା ସୀମାହୀନ ସୁଯୋଗଗୁଡିକ ସହ ଆମେ କୃଷକମାନଙ୍କ ଉପତ୍ାଦକତା ବୃଦ୍ଧି କରିବା ପାଇଁ ଚଳିତ ଆର୍ଥିକ ବର୍ଷରେ ନୂଆ ଉପତ୍ାଦଗୁଡିକର ଶୁଭାରମ୍ଭ କରିବା ଲାଗି ଅଧିକ ଦୃଢ଼ ନିଶ୍ଚିତ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri