ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୧୧୬ ଜଣ ଭିନ୍ନକ୍ଷମଙ୍କୁ ମିଳିଲା ସାର୍ଟିଫିକେଟ

କେସିଙ୍ଗା,୨୦।୯(ତୁମେଶ୍ବର ସାହୁ): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଅଧିକାରୀ ରାକେଶ ବୁଡ଼ଙ୍କ ନେତୃତ୍ୱରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁ ଓ ବ୍ଲକ ଅଧ୍ୟକ୍ଷ ଉଦ୍‌ଘାଟନ କରିଥିଲେ। ଏହି ଶିବିରରେ ୪୮୮ ଜଣ ହିତାଧିକାରୀ ଯୋଗଦେଇ ଥିଲେ। ଏହି ଶିବିରରେ ଅର୍ଥପେଡି, ଦୃଷ୍ଟିହୀନ, ସିକିଲସେଲ, ଶ୍ରବଣ ଶକ୍ତି ବାଧିତ, ନିର୍ଦ୍ଦିଷ୍ଟ ଜ୍ଞାନକାର ଅକ୍ଷମତା ଏଭଳି ୫ ପ୍ରକାର ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ ଅନ୍ତର୍ଗତ ୨୧ ପ୍ରକାର ଭିନ୍ନକ୍ଷମ ରହିଛନ୍ତି। ଏହି ଶିବିରରେରେ ୫ ପ୍ରକାର ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଥିଲା। ଅବଶିଷ୍ଟ ୧୬ ପ୍ରକର ଭିନ୍ନକ୍ଷମ ବ୍ୟକ୍ତିମାନେ ଏଥିରୁ ବଞ୍ଚିତ ହୋଇଥିଲେ ବୋଲି ଓଡ଼ିଶା ବିକଳାଙ୍ଗ ମଞ୍ଚ ତଥା କଳାହାଣ୍ଡି ଭିନ୍ନକ୍ଷମ ସମିତିର ସମ୍ପାଦକ ଡୋଳାମଣି ପ୍ରଧାନ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି। ଏହାସହ ଯେକୌଣସି ଜାଗାରେ ଶିବିର ଅନୁଷ୍ଠିତ ହେଲେ ୨୧ ପ୍ରକାର ଚିହ୍ନଟ କରିବାର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି। ୧୧୬ଜଣ ହିତାଧିକାରୀଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରିଥିଲେ।ବ୍ଲକର ୧୨ ଜଣ ଭିନ୍ନକ୍ଷମଙ୍କୁ ହ୍ବିଲଚେୟାର ପ୍ରଦାନ କରାଯାଇଥିବାବେଳେ ୨୫ ଜଣ ଭିନ୍ନକ୍ଷମଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ କରାଯାଇଥିଲା। ଟ୍ରେନ ଓ ବସ୍‌ ପାସ ମଧ୍ୟ ଭିନ୍ନକ୍ଷମମାନଙ୍କୁ ପ୍ରଦାନ କରାଯାଇଛି। ଏହି ଶିବିର ରେ ଦୂରଦୂରାନ୍ତରୁ ଆସିଥିବା ଗରିବ ଭିନ୍ନକ୍ଷମ ବ୍ୟକ୍ତିମାନେ ଅନଲାଇନରେ ପଞ୍ଜିକରଣ କରି ନ ଥିବାରୁ ସାର୍ଟିଫିକେଟ କିମ୍ବା ସେବା ନ ପାଇ ନିରାଶରେ ଫେରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ମ୍ୟାଚ ବୟକଟକୁ ନେଇ ବଡ଼ କଥା କହିଲେ ପାକିସ୍ତାନୀ ଅଧିନାୟକ? ଜାଣନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ କ’ଣ

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ ମ୍ୟାଚ ବର୍ଜନ କରିବା ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନ…

ପଥର କୋଇଲା ବୋଝେଇ ପିକ୍‌ଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨ା୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ନିକଟରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍‌ଅପ୍‌କୁ ପୋଲିସ ଜବତ କରିଛି।…

ଏଇ ଭାରତରେ

ପଶ୍ଚିମବଙ୍ଗ ବାଙ୍କୁଡ଼ା ସେନଜୁତି ମାହାତୋ ଓ ଅଭିଷେକ ଚୌଧୁରୀ ସେହି ଅଞ୍ଚଳର ଖଜୁରି ଗୁଡ଼ ଉତ୍ପାଦନ କରି ସେଠାକାର ଏହି ପାରମ୍ପରିକ ଉତ୍ପାଦକୁ ବଞ୍ଚାଇ ରଖିବା ପାଇଁ…

ବଜେଟରେ କୌଣସି କବି ବା କବିତାର ଉଲ୍ଲେଖ କଲେ ନାହିଁ ନିର୍ମଳା

ନୂଆଦିଲ୍ଲୀ,୨।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଲୋକସଭାରେ ତାଙ୍କର ଲଗାତାର ନବମ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀତାରମଣଙ୍କ ପ୍ରାୟ ୮୫ ମିନିଟର…

କୃଷିଭିତ୍ତିିକ ଶିଳ୍ପର ସ୍ଥିତି

ଓଡ଼ିଶାରେ ପୁରୁଣା ସରକାର ଯିବା ପରେ ନୂଆ ସରକାରଙ୍କ ଆଗମନ ପରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଚାଲିଛି, ହେବା ମଧ୍ୟ ସ୍ବାଭାବିକ। ତେବେ ଏସବୁ ଭିତରେ…

ଇନ୍ଦୋର: ସ୍ବଚ୍ଛ ଭାରତର ଦୁଃଖ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପ୍ରଦୂଷିତ ଜଳ ପିଇ ଜାନୁଆରୀ ମାସରେ ୧୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିବା ସହ ବହୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ।…

‘ପ୍ରତି ଘରକୁ ଲକ୍ଷ୍ମୀ ଆସିଲେ’, Budgetରେ ଏମିତି କ’ଣ କଲେ ଅର୍ଥମନ୍ତ୍ରୀ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ Budget ଉପସ୍ଥାପନ କରିଥିଲେ। ସବୁଥର ପରି, ଏଥର ବି…

ଶୀତ କମିଛି, କମିନି ପର୍ଯ୍ୟଟକଙ୍କ ସଂଖ୍ୟା, ସକାଳୁ ରାତି ପର୍ଯ୍ୟନ୍ତ…

ଦାରିଙ୍ଗବାଡ଼ି,୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନରେ ଶୀତର ଅନୁଭୂତି କମିବାରେ ଲାଗିଛି। କେବଳ ସନ୍ଧ୍ୟା ପରଠାରୁ ଶୀତ ମାଡ଼ି ଆସି ଭୋର୍‌ ସମୟରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri