Test tube with blood sample for COVID-19 test, novel coronavirus 2019 found in Wuhan, China
ଇଥୋପିଆର ଜଣେ ୧୧୪ ବର୍ଷୀୟ ବୃଦ୍ଧ ମହାମାରୀ କରୋନା ଭାଇରସ୍କୁ ହରାଇ ଦେଇଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୧୪ ବର୍ଷୀୟ ଏହି ବୃଦ୍ଧ ଜଣଙ୍କ କରୋନାରେ ଆକ୍ରାନ୍ତ ହେବାପରେ ରାଜଧାନୀ ଆଦିସ ଆବାବସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶେଷରେ ଏହି ଶତାୟୁ ବୃଦ୍ଧ ଜଣଙ୍କ ଆରୋଗ୍ୟ ଲାଭ କରିଥିବା ତାଙ୍କୁ ଚିକିତ୍ସିତ କରୁଥିବା ଡାକ୍ତର ୟାରେଡ୍ ଆଗିଡେ କହିଛନ୍ତି। ‘ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି’ ବୋଲି ୟାରେଡ୍ ପୋଷ୍ଟ କରି କହିଛନ୍ତି। ସାଧାରଣତଃ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କରୋନା ଆକ୍ରାନ୍ତ ଲୋକ ଅସୁରକ୍ଷିତ ବୋଲି ବିବେଚନା କରାଯାଏ। ଏଠାରେ ଉଲ୍ଲେଖଯୋଗ୍ୟ ପୂର୍ବରୁ ବ୍ରିଟେନର ୩ ଜଣ ଶତାୟୁ ବ୍ୟକ୍ତି କରୋନାକୁ ପରାସ୍ତ କରିଥିବା ଜଣାପଡ଼ିଛି।