ଉପରମୁହାଁ ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୨୨ ପଜିଟିଭ୍‌

ଭୁବନେଶ୍ୱର,୨୦।୭(ବ୍ୟୁରୋ) : ରାଜ୍ୟରେ ସଂକ୍ରମଣ ଉପରମୁହାଁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୮ ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୪୬୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୪ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୋଳରୁ ଜଣେ, ବାଲେଶ୍ୱରରୁ ୧୨ଜଣ, ବରଗଡ଼ରୁ ୮ଜଣ, ଭଦ୍ରକରୁ ୧୨ଜଣ, ବଲାଙ୍ଗୀରରୁ ୧୨ଜଣ, ବୌଦ୍ଧରୁ ୬ଜଣ, କଟକରୁ ୧୩୨ଜଣ, ଦେବଗଡ଼ରୁ ୭ଜଣ, ଢେଙ୍କାନାଳରୁ ୨ଜଣ, ଗଜପତିରୁ ୧୧ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂହପୁରରୁ ୨୦ଜଣ, ଯାଜପୁରରୁ ୨୬ଜଣ, ଝାରସୁଗୁଡ଼ାରୁ ୨୫ଜଣ, କଳାହାଣ୍ଡିରୁ ୧୩ଜଣ, କନ୍ଧମାଳରୁ ୩ଜଣ, କେନ୍ଦ୍ରାପଡ଼ାରୁ ୧୧ଜଣ, କେନ୍ଦୁଝରରୁ ୧୦ଜଣ, ଖୋର୍ଦ୍ଧାରୁ ୩୦୭ଜଣ, କୋରାପୁଟରୁ ୬ଜଣ, ମୟୁରଭଞ୍ଜରୁ ୫୩ଜଣ, ନବରଙ୍ଗପୁରରୁ ୭ଜଣ, ନୟାଗଡ଼ରୁ ୧୪ଜଣ, ନୂଆପଡ଼ାରୁ ୧୩ଜଣ, ପୁରୀରୁ ୨୪ଜଣ, ରାୟଗଡ଼ାରୁ ୧୦ଜଣ, ସମ୍ବଲପୁରରୁ ୬୫ଜଣ, ସୋନପୁରରୁ ୪୨ଜଣ, ସୁନ୍ଦରଗଡ଼ରୁ ୧୯୭ଜଣ, ଷ୍ଟେଟ ପୁଲ୍‌ରୁ ୭୧ଜଣ ରହିଛନ୍ତି ।