Categories: ରାଜ୍ୟ

ସୁସ୍ଥ ହେଲେ ୧୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୪ା୨- ଓଡ଼ିଶାରେ ଗୁରୁବାର ୧୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୩,୩୨,୬୧୧ରେ ପହଞ୍ଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୨୬, ନୂଆପଡ଼ା ଓ ସମ୍ବଲପୁରରୁ ୧୪, ଖୋର୍ଦ୍ଧାରୁ ୧୨, କଟକ ୮, ବାଲେଶ୍ୱର ୭, ଅନୁଗୁଳ ୬, ଗଜପତି ଓ କେନ୍ଦୁଝର ୩, ବଲାଙ୍ଗୀର, ବୌଦ୍ଧ, ଜଗତ୍‌ସିଂହପୁର, ମୟୁରଭଞ୍ଜ ଓ ନୟାଗଡ଼ରୁ ୨, ଗଞ୍ଜାମ, ଝାରୁସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ରାୟାଗଡ଼ା ଓ ଷ୍ଟେଟ୍‌ ପୁଲରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରାଯାଇଛି।