ମାଟି ତଳୁ ମିଳିଲା ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା…

ଜେରୁଜେଲମ୍‌, ୨୫।୮: ମାଟି ତଳୁ ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା ମିଳିଛି। ଇସ୍ରାଏଲ୍‌ର ୟବନେ ସହରରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ଜାରି ରହିଥିବାବେଳେ ମାଟି ପାତ୍ରରେ ରହିଥିବା ଏହି ପୋତାଧନ ମିଳିଛି। ମାଟିପାତ୍ରରେ ୪୨୫ଟି ସ୍ବର୍ଣ୍ଣମୁଦ୍ରା ରହିଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ୍‌ ଅଫ୍‌ ଇସ୍ରାଏଲ୍‌ ପକ୍ଷରୁ ଏସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି। ମୁଦ୍ରା ଗୁଡ଼ିକ ଅମ୍ବାସିଦ୍‌ କାଳର ବୋଲି ପ୍ରତ୍ନତତ୍ତ୍ୱବିତ୍‌ ଲିୟାତ୍‌ ନାଦାବ-ଜିବ୍‌ ଏବଂ ଏଲି ହଦ୍ଦାଦ୍‌ ସୂଚନା ଦେଇଛନ୍ତି। କୌଣସି ବ୍ୟକ୍ତି ସୁନା ମୁଦ୍ରା ଗୁଡ଼ିକୁ ଲୁଚାଇ ରଖିବା ପାଇଁ ମାଟିପାତ୍ରରେ ବନ୍ଦ କରି ଏହାକୁ ପୋତି ଦେଇଥିବା ଅନୁମାନ କରାଯାଉଛି।

Share