୧୧୦ କେଜିର ସାମୁଦ୍ରିକ କଉ ୨୫ ହଜାରରେ ବିକ୍ରି

ଭୋଗରାଇ,୪ା୧୦(ପ୍ରଦୀପ ଦାସ)ପାରାଦ୍ୱୀପ ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର କଉ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି। ଟ୍ରଲର ମାଲିକ ଏହି ମାଛକୁ ଦୀଘା ମୁହାଣ ମାଛ ମାର୍କେଟକୁ ମଙ୍ଗଳବାର ସକାଳେ ବିକ୍ରି ପାଇଁ ଆଣିଥିଲେ। ଦୀଘା ମାଛ ମାର୍କେଟରେ ଉକ୍ତ ମାଛକୁ ବାଂଲାଦେଶର ଏକ କମ୍ପାନୀ ୨୫ହଜାର ଟଙ୍କା କିଣି ନେଇଛି। ମାଛର ଓଜନ ୧୧୦ କେଜି ହୋଇଥିବା ବେଳେ ମତ୍ସ୍ୟଜୀବୀମାନେ ଏହି ମାଛକୁ କଉଭଲା କହୁଛନ୍ତି। ଇଂରାଜୀରେ ଏହି ମାଛକୁ ରିକୋର୍ଟ ମାଛ କୁହାଯାଏ। ଏହି ବିଶାଳକାୟ ମାଛ ଔଷଧୀୟ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଏହା ବିଦେଶରେ ବହୁ ମୂଲ୍ୟରେ ବିକ୍ରି ହୋଇଥାଏ ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ନିକଟରେ ଦୀଘା ମାଛ ମାର୍କେଟରେ ୨୭ଟି ତେଲିଆ ଭଲା ମାଛକୁ ୨୭ଲକ୍ଷରେ ବିକ୍ରି କରାଯାଇଥିଲା।