ଆଶୀର୍ବାଦ ଯୋଜନାରେ ଉପକୃତ ହେବେ ୧୧୦ ଶିଶୁ

ପଟ୍ଟାମୁଣ୍ଡାଇ,୨୫।୯ (ସ୍ବ.ପ୍ର.):ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଆଶୀର୍ବାଦ ଯୋଜନାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ସହରାଞ୍ଚଳରୁ ୧୧୦ ଜଣ ଶିଶୁ ଉପକୃତ ହେବେ। ଶୁକ୍ରବାର ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ କେନ୍ଦ୍ରାପଡ଼ା ଜିଲା ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ଶାଖା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଚୟନ ଶିବିରରେ ବିଭିନ୍ନ କାରଣରୁ ପିତାମାତା ହରାଇଥିବା ୧୧୦ ଜଣ ଯୋଗ୍ୟ ବିବେଚିତ ଶିଶୁଙ୍କୁ ଏହି ଯୋଜନାରେ ଆର୍ଥତ୍କ ସହାୟତା ଯୋଗାଇ ଦିଆଯିବାକୁ ସୁପାରିସ କରି କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିକଟକୁ ତାଲିକା ପଠାଯାଇ ସ୍ବୀକୃତି ପାଇଁ ଅନୁରୋଧ କରାଯାଇଛି। ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ୧୮ବର୍ଷ ବୟସ ପର୍ଯ୍ୟନ୍ତ ମାସିକ ୧୫ ଶହ ଟଙ୍କା ଲେଖାଏ ଆର୍ଥତ୍କ ସହାୟତା ପାଇବେ ବୋଲି ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ଶିଶୁମଙ୍ଗଳ କମିଟି ସଦସ୍ୟା ସ୍ମିତାଞ୍ଜଳୀ ମହାପାତ୍ର, ଲଳିତାଞ୍ଜଳୀ ଦାଶ, ସଦସ୍ୟ କିଶୋର କୁମାର ସ୍ବାଇଁ, ନରୋତ୍ତମ ପଟ୍ଟନାୟକ, ଶିଶୁ ସୁରକ୍ଷା ଶାଖାର ଶୁଭଲିପ୍ସା ବାରିକ, ଉଷାରାଣୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ପଟ୍ଟାମୁଣ୍ଡାଇ ସିଡିପିଓ ମୁକ୍ତାରୀ ବେଗମ୍‌ଙ୍କ ସମେତ ଅଙ୍ଗନଓ୍ବାଡି ସୁପରଭାଇଜରମାନେ ଯୋଗ ଦେଇଥିଲେ।