Categories: ଜାତୀୟ

ଫିଲ୍ମ ଟିକଟ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ନାବାଳକ

ତେଲେଙ୍ଗାନା, ୧୬।୨: ଫିଲ୍ମ ଟିକଟ ପାଇଁ ଆତ୍ମହତ୍ୟା କରିଛନ୍ତି ୧୧ ବର୍ଷିୟ ନାବାଳକ। ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ସେ ନିଜ ସାଙ୍ଗମାନଙ୍କ ସହିତ ପୱନ କଲ୍ୟାଣଙ୍କ ଆଗାମୀ ଫିଲ୍ମ ଭୀମଲା ନାୟକ ପାଇଁ ଟିକେଟ ବୁକ୍‌ କରିବାକୁ ତାଙ୍କ ବାପାଙ୍କୁ ୩୦୦ ଟଙ୍କା ମାଗିଥିଲେ। କିନ୍ତୁ ତାଙ୍କ ବାପା ଟଙ୍କା ଦେବାକୁ ମନା କରିଦେଇଥିବାରୁ ଏଥିରେ ସେ ବିବ୍ରତ ହୋଇ ନିଜ ଘରର ବାଲକୋନୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

 

Share