Categories: ଜାତୀୟ

ଅନ୍‌ଲାଇନ୍‌ ଗେମ୍‌ରେ ଝିଅଠାରୁ ବାରମ୍ବାର ହାରି ଯାଉଥିବାରୁ ପୁଅ ନେଲେ ଏମିତି ପଦକ୍ଷେପ

ଇନ୍ଦୋର,୮।୯: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍‌ଲାଇନ ଗେମରେ ହାରିଯିବାରୁ ଜଣେ ୧୧ ବର୍ଷର ବାଳକ ୧୦ ବର୍ଷର ବାଳିକାକୁ ହତ୍ୟା କରିଦେଇଛନ୍ତି। ଏନେଇ ବାଳିକାଙ୍କ ମାତାପିତା ଅଭିଯୋଗ କରିଛନ୍ତି। ଏହି ଘଟଣା ଇନ୍ଦୋରର ଲାସୁଡିଆ ଅଞ୍ଚଳର। ଏହି ଘଟଣା ପରେ ବାଳିକା ମାତାପିତା କାନ୍ଦି କାନ୍ଦି ଭାଙ୍ଗିପଡିଛନ୍ତି। ଏଥି ସହ ପୋଲିସ ଅଭିଯୁକ୍ତ ବାଳକକୁ ଗିରଫ କରି ବାଳ ସୁଧାର କେନ୍ଦ୍ରକୁ ପଠାଇଛି। ଇନ୍ଦୋର ଡିଜି ହରିନାରାୟଣ ଚାରି ମିଶ୍ର କହିଛନ୍ତି ଯେ, ଅଭିଯୁକ୍ତ ଜଣଙ୍କ ଝିଅଟିକୁ ତାଙ୍କ ଘର ନିକଟରେ ନେଇ ପଥରରେ ମୁଣ୍ଡ ଛେଚି ଦେଇଥିଲେ। ଅନଲାଇନ୍‌ରେ ଗେମ୍‌ରେ ଝିଅଟି ପୁଅଟିକୁ ବାରମ୍ବାର ପରାସ୍ତ କରୁଥିଲେ। ଏହାସହ ମୂଷା ମରାକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପିଲାଟି ଏଥିରେ ବହୁତ ରାଗିଯାଇ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି। ଡିଜି କହିଛନ୍ତି ଯେ ପୁଅର ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ ଝିଇଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

Share