Posted inଫୁରସତ

୧୩୦ କିଲୋମିଟର ଯାଏ ସାଇକେଲ ଚଳାଇଲେ ୧୧ ବର୍ଷର ବାଳକ, କାରଣ ଜାଣିଲେ…

ବେଜିଂ,୧୨।୪: ଚାଇନାର ଜଣେ ବାଳକର କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଇନାର ଗଣମାଧ୍ୟମ ଅନୁଯାୟୀ, ୧୧ ବର୍ଷର ବାଳକ ତାଙ୍କ ଜେଜେ ମା’ଙ୍କୁ ଭେଟିବାକୁ ଚବିଶ ଘଣ୍ଟା ମଧ୍ୟରେ ସାଇକେଲରେ ୧୩୦ କିଲୋମିଟର ଯାତ୍ରା କରିଛନ୍ତି। ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ମାଆଙ୍କ ସହ ଝଗଡା ପରେ ବାଳକଜଣଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ସେ ତାଙ୍କ ଜେଜେ ମା’ଙ୍କ ନିକଟରେ ଅଭିଯୋଗ କରିବାକୁ ଯୋଜନା କରିଥିଲେ। ହେଲେ ବାଳକଟିର ଜେଜେ ମା’ ତାଙ୍କଠାରୁ ୧୩୦ କିଲୋମିଟର ଦୂରରେ ରହୁଥିଲେ। ଏତେ ଦୂରତା ପରେ ମଧ୍ୟ ସେ ସାଇକେଲରେ ଘରୁ ବାହାରି ଆସିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟା ଧରି ଲଗାତାର ସାଇକେଲ ଯୋଗେ ଯାତ୍ରା କରି ସେହି ବାଳକଜଣଙ୍କ ଥକି ଯାଇଥିଲେ, ଯାହା ପରେ ସେ ବାଟରେ ବିଶ୍ରାମ ନେଇଥିଲେ। ବାଟ ଦେଇ ଯାଉଥିବା ଲୋକମାନେ ପିଲାଟିକୁ ପଚାରିଥିଲେ। ତା’ପରେ କେହି ଜଣେ ବାଳକ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ପିଲାଟିକୁ ସାଙ୍ଗରେ ନେଇଥିଲା। ନିଜର ଯାତ୍ରା ବିଷୟରେ, ବାଳକଜଣଙ୍କ କହିଥିଲେ ଯେ, ସେ ଅନେକ ସ୍ଥାନରେ ରାସ୍ତା ଭୁଲିଯାଇଥିଲେ, ଯେଉଁଥିପାଇଁ ପହଞ୍ଚିବାକୁ ତାଙ୍କୁ ଅଧିକ ସମୟ ଲାଗିଥିଲା। େିବେ ସେ ତାଙ୍କ ଜେଜେ ମା’ଙ୍କ ଘରୁ ମାତ୍ର ଏକ ଘଣ୍ଟା ଦୂରରେ ଥିଲେ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବାଳକଙ୍କ ମାଆ ଭୟଭୀତ ହୋଇପଡିଥିଲେ। ପୁଅ ସହିତ ଝଗଡା ସମ୍ପର୍କରେ ମା କହିଥିଲେ ଯେ, ସେ ଜେଜେମା’ଙ୍କ ପାଖକୁ ଯିବାକୁ ଧମକ ଦେଇଥିଲେ କିନ୍ତୁ ମୁଁ ଭାବିଲି ସେ କ୍ରୋଧରେ ଏହା କହୁଛନ୍ତି। ଜେଜେ ମା’ ଏଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ଜେଜିଆଙ୍ଗରେ ରୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri