Categories: ଜାତୀୟ

ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଆସି ଜଳିଗଲେ ୧୧ ଜଣ

ପୁଣେ,୧।୫: ଶବଦାହ ବେଳେ ଜଳିଗଲେ ୧୧ ଜଣ। ଏଭଳି ଏକ ଅଘଟଣ ଘଟିଛି ମହାରାଷ୍ଟ୍ର ପୁଣେର ତାଡିବାଲ ରୋଡ ସ୍ଥିତ ଶବଦାହ ଗୃହରେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ସେଥିରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ପୋଲିସ ସୂଚନାନୁଯାୟୀ, ଶନିବାର ସାରେ ଏହି ଅଘଟଣ ଘଟିଥିଲା। ଜଣେ ବ୍ୟକ୍ତିଙ୍କ ଶବଦାହ ଗୃହରେ ଅନ୍ତ୍ୟେଷ୍ଟି ଚାଲିଥିଲା ବେଳେ ଚିତାରେ କେହି ଜଣେ ପେଟ୍ରୋଲ ଢାଳି ଦେଇଥିଲେ। ଫଳରେ ନିଆଁ ସବୁଆଡ଼େ ବ୍ୟାପୀ ଯାଇଥିଲା। ସେହି ଶବଦାହ ଗୃହରେ ମୃତକଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କୁ ମିଶାଇ ପ୍ରାୟ ୮୦ ଜଣ ଉପସ୍ଥିତ ଥିଲେ।

Share