ଚିଲିକାରେ ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ

ବାଲୁଗାଁ,୫ା୧(ସଂଗ୍ରାମ ପାଇକରାୟ):ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଆନୁକୂଲ୍ୟରେ ଗୁରୁବାର ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ଚିଲିକାରେ ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀଙ୍କ ସମାଗମ ହୋଇଛି। ସେଥିମଧ୍ୟରୁ ୧୦୮ପ୍ରଜାତିର ୧୦ଲକ୍ଷ ୯୮ହଜାର ୮୧୩ଟି ବିଦେଶୀ ପକ୍ଷୀ ଥିବା ବେଳେ ସ୍ଥାନୀୟ ୭୯ ପ୍ରଜାତିର ୩୮ହଜାର ୯୪୬ଟି ପକ୍ଷୀ ରହିଛନ୍ତି। ଗତବର୍ଷ ଚିଲିକାରେ ୧୧ଲକ୍ଷ ୩୧ହଜାର ୯୨୯ଟି ପକ୍ଷୀଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ୫ ହଜାର ୮୩୦ଟି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ଗତ ବର୍ଷ ୧୮୪ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଚଳିତ ବର୍ଷ ୧୮୭ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି। ଏଥର ନୂତନ ଅତିଥିଭାବେ ଗୋଟିଏ ପଲାସ ଫିସ୍‌ ଇଗଲ୍‌ ନାମକ ପକ୍ଷୀ ଦୃଷ୍ଟିଗୋଚର ହୋଇଛି। ଚିଲିକାର ଶୋଭା ବର୍ଦ୍ଧନକାରୀ ଫ୍ଲେମିଂ ଗୋ (ଏରା) ହଂସଜାତୀୟ ପକ୍ଷୀ ଗତବର୍ଷ ୩୭୩ଟି ଦୃଷ୍ଟି ଗୋଚର ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୮୨୦ରେ ପହଞ୍ଚତ୍ଛି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟାାରେ ନର୍ଦ୍ଦର୍ନ ପିଣ୍ଟେଲ୍‌ ୨ଲକ୍ଷ ୧୮ହଜାର ୬୫୪, ଗଡଓ୍ବାଲ୧ଲକ୍ଷ ୫୬ହଜାର ୬୩୬, ୟୁରାସିଆନ୍‌ ଓ୍ବିଜିଅନ୍‌ ୧ଲକ୍ଷ ୪୦ହଜାର ୩୨୨, ବ୍ଲାକ୍‌ ଟେଲ୍ଡ ଗଡଓ୍ବିଟ୍‌ ୬୬ହଜାର ୮୫୩, କମନ କୁଟ୍‌ ୬୬ହଜାର ୫୫୨ ଏବଂ ନର୍ଦ୍ଦର୍ନ ସୋଭଲର ୩୯ହଜାର ୪୪୭ ସଂଖ୍ୟାରେ ଅଛନ୍ତି। ନୂତନ ଅତିଥି ପଲାସ ଫିସ୍‌ ଇଗଲ ଏବଂ ପେଲିକାନ୍‌ ଗୋଟିଏ ଲେଖାଏ ଦେଖାଯାଇଛି। ସର୍ବାଧିକ ସଂଖ୍ୟାରେ ବାଲୁଗାଁ ରେଞ୍ଜ ଅନ୍ତର୍ଗତ ନଳବଣରେ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦ୍ୱିତୀୟରେ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ମଙ୍ଗଳାଯୋଡ଼ି, ଭୂଷଣ୍ଡପୁର ଏବଂ ସର୍ବନିମ୍ନଭାବେ ରମ୍ଭା ରେଞ୍ଜରେ ପକ୍ଷୀଙ୍କ ଚିହ୍ନଟ ହୋଇଛି।
ବାଲୁଗଁା ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀ ଚିଲିକାଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବିଭାଗ ପକ୍ଷରୁ ଚିଲିକାକୁ ୨୧ଟି ଜୋନ୍‌ରେ ବିଭକ୍ତ କରାଯାଇ ୨୧ଟି ଦଳକୁ ନିୟୋଜିତ କରାଯାଇଥିଲା। ସଡ଼କ ପଥରେ ଦୁଇଟି ଗ୍ରୁପ ଏବଂ ଜଳପଥରେ ୧୯ଟି ଗ୍ରୁପ ରହି ପକ୍ଷୀଗଣନା କରିଥିଲେ। ନଳବଣରେ କେବଳ ୬ଟି ଦଳ ପକ୍ଷୀ ଗଣନା କରିଥିବା ବେଳେ ସ୍ଥଳଭାଗରେ ୨ଟି ଏବଂ ଅବଶିଷ୍ଟ ୧୩ଟି ଦଳ ଅନ୍ୟାନ୍ୟ ଜୋନ୍‌ ବାଲିପାଟପୁରଠାରୁ ସାତଭାୟା, ରମ୍ଭା, ମଙ୍ଗଳଯୋଡ଼ିଠାରୁ ଭୂଷୁଣ୍ଡପୁର, ସୋରଣଠାରୁ ନଈରୀ, କୃଷ୍ଣପ୍ରସାଦ, କାଳିଜାଈଠାରୁ ଚନ୍ଦ୍ରାପୁଟ, ସାତପଡ଼ାଠାରୁ ଗମ୍ଭାରୀ ଓ ଗୁରୁବାଇ, ଅରଖକୁଦା, ଗୋଠକୁଦଠାରୁ ନୂଆପଡ଼ା ଆଦି ଅଞ୍ଚଳରେ ଗଣନା କରିଥିଲେ। ପକ୍ଷୀ ଗଣନାକାରୀଙ୍କୁ ୧୯ଟି ଡଙ୍ଗା ଯୋଗାଇ ଦିଆଯାଇଥିଲା। ଗୁରୁବାର ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯାଇଥିଲା। ଏହି ପକ୍ଷୀ ଗଣନାରେ ବମ୍ବେ ନାଚୁରାଲ ହ୍ରିଷ୍ଟ୍ରି ଅଫ୍‌ ସୋସାଇଟ୍‌ର ଡାଇରେକ୍ଟର ପି.ସାଥିଆ ସେଲଭମ, ଆରସିସିଏଫ୍‌ ଡ.ସଞ୍ଜିତ୍‌ କୁମାର, ପିସିସିଏଫ୍‌ ବିକାଶ ରଞ୍ଜନ ଦାଶ, ଅବସରପ୍ରାପ୍ତ ଆଏଫଏସ୍‌ ପି.କେ. ମିଶ୍ର, ପ୍ରଫେସର ଡ.ଶ୍ୱେତାଶ୍ରୀ ପୁରୋହିତ, ଡିଏଫ୍‌ଓ ଅମ୍ଲାନ ନାୟକ,ଏସିଏଫ୍‌ ପ୍ରମୋଦ ସେଠୀଙ୍କ ସମେତ ସିଡିିଏ କର୍ତ୍ତୃପକ୍ଷ, ବାଲୁଗଁା ବନ୍ୟପ୍ରାଣୀ ବିଭାଗ ସମେତ ଓୟୁଏଟି, ଓ୍ବାଇଲ୍ଡ ଓଡ଼ିଶା, ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମୋଟ ୧୩୨ ଜଣ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ମହଙ୍ଗା ପଡିଲା ନାବାଳିକାଙ୍କୁ ଗଣବଳାତ୍କାର: ୫ ନାବାଳକଙ୍କୁ ହେଲା…

ବଲାଙ୍ଗୀର,୬।୨ ( ସୁନିଲ କୁମାର ମହାନ୍ତି): ମହଙ୍ଗା ପଡିଲା ସହପାଠିନୀକୁ ଗଣବଳାତ୍କାର କରିବ। ବନ୍ଧାହେଲେ ଛଅ ଜଣ ଅଭିଯୁକ୍ତ । ବାଳସୁଧାର ଗୃହକୁ ପଠାଇଲା ଯୁଭେନାଲ ଜଷ୍ଟିସ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri