ମେକ୍ସିକୋରେ ଗୁଳିକାଣ୍ଡ: ୧୧ ମୃତ

ମେକ୍ସିକୋ ସିଟି,୨୫।୫:ମେକ୍ସିକୋର ଗୌନାଜୁଆଟୋ ରାଜ୍ୟ ଅନ୍ତର୍ଗତ ସେଲାୟା ସହରରେ ମଙ୍ଗଳବାର ରାତିରେ ପ୍ରାୟ ୧୫ଜଣ ବନ୍ଧୁକଧାରୀ ହୋଟେଲ ଓ ବାର୍‌ରେ ପଶି ଆଖିବୁଜା ଗୁଳି ଚଳାଇବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି। ସେମାନେ ହୋଟେଲର ଗେଷ୍ଟ ଏବଂ କର୍ମଚାରୀଙ୍କ ଉପରକୁ ୫୦ରୁ ଅଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଦୁଇ ଗୋଷ୍ଠୀ ନିଶା ବେପାରୀଙ୍କ ମଧ୍ୟରେ ବିବାଦରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଆକ୍ରମଣକାରୀ ସାଣ୍ଟା ରୋସା ଡି ଲିମା ଗ୍ୟାଙ୍ଗ୍‌ର ହୋଇଥିବା ବିଶ୍ୱାସ କରାଯାଉଛି।

Share