୨ମାସରେ ୧୧ ମୃତ

ଯାଜପୁର ଅଫିସ,୭ା୪: ସାରା ରାଜ୍ୟରେ ଏବେ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଅଭିଯାନ ଚାଲିଛି। ଏହାବାଦ୍‌ ଫେବୃୟାରୀ ପ୍ରଥମ ସପ୍ତାହରୁ ପ୍ରତି ମଙ୍ଗଳବାର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜିରୋ ଟଲୋରେନ୍ସ ଡେ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଚଳିତ ସପ୍ତାହରେ ଯାଜପୁର ଜିଲା ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥରେ ୩ଟି ପୃଥକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଫେବୃୟାରୀ ୨୫ ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଯାଇଛି। ଅନ୍ୟପକ୍ଷେ ଫେବୃୟାରୀ ପ୍ରଥମ ସପ୍ତାହରେ ୩ ଦୁର୍ଘଟଣାରେ ଜଣେ ପୂର୍ବତନ ବିଧାୟକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅର୍ଥାତ ଜିଲାରେ ୨ ମାସରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଏକାଧିକ ଯୋଜନା ପ୍ରଣୟନ ହେଉଥିଲେ ହେଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ କେବଳ ସରକାରୀ ଚାକିରି ନିଶା ଏବଂ ଆନ୍ତରିକତାର ଅଭାବ ଯୋଗୁ ଦୁର୍ଘଟଣା ମୃତ୍ୟୁ ହ୍ରାସ ଲକ୍ଷ୍ୟ ସାଧିତ ହୋଇ ପାରୁ ନ ଥିବା ମତପ୍ରକାଶ ପାଇଛି।
ସିଆଇଡି ଏବଂ କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁଯାୟୀ, ୨୦୨୨ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଯାଜପୁର ଜିଲାରେ ୫୨୮ଟି ଦୁର୍ଘଟଣା ଘଟିଛି। ଏଥିରେ ୨୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୩୧୫ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ଫେବୃୟାରୀ ପ୍ରଥମ ସପ୍ତାହରେ ୩ ଦୁର୍ଘଟଣାରେ ଜଣେ ପୂର୍ବତନ ବିଧାୟକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମ୍ପ୍ରତି ସମ୍ପ୍ରସାରଣ ଚାଲିଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି ା ଏହାବାଦ୍‌ ୧୬ ନଂ. ଜାତୀୟ ରାଜପଥରେ ବେଆଇନ ପାର୍କିଂ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହୋଇଛି। ରାସ୍ତା କଡରେ ପଡି ରହିଥିବା ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକୁ ତୁରନ୍ତ ହଟାଇବା ଏବଂ ବେଆଇନ ପାର୍କିଂ ଗାଡିରୁ ଜରିମାନା ଆଦାୟ କରିବାକୁ ନିକଟରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଗତ ୨୫ା୨ା୨୦୨୩ରେ ୧୬ନଂ. ଜାତୀୟ ରାଜପଥର ଯାଜପୁର ଜିଲା ନେଉଳପୁର ନିକଟରେ ଛିଡା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ପଶ୍ଚିମବଙ୍ଗରୁ କଟକ ଅଭିମୁଖେ ଯାଉଥିବା ଏକ ଆଇଚର ଗାଡ଼ି ଧକ୍କା ଦେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସଂକ୍ରାନ୍ତରେ ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି(ଏସଟିଏ) ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତରେ ଜଣାପଡିଛି ଯେ, ଗତ ୨୨ା୨ା୨୦୨୩ରେ ସେହି ଟ୍ରକ (ନଂ. ଓଡି ୦୪ ୨୭୯୧) ଦୁର୍ଘଟଣାଗ୍ରସ୍ତ ହୋଇ ସେଠାରେ ବିନା କୌଣସି ସୂଚନାରେ ପଡି ରହିଥିଲା। ଯଦି ଉକ୍ତ ଦୁର୍ଘଟଣାଗ୍ରସ୍ତ ଟ୍ରକଟିକୁ ତୁରନ୍ତ ସେଠାରୁ ହଟାଯାଇଥାନ୍ତା ତେବେ ଆଇଚର ଗାଡି ଦୁର୍ଘଟଣା ନ ହୋଇ ୭ ଜଣଙ୍କ ଜୀବନ ବଞ୍ଚି ପାରିଥାନ୍ତା। ତେଣୁ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକୁ ହଟାଇବାକୁ ପରିବହନ ବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା। ଯାଜପୁର ଜିଲାର ୧୬ନଂ., ୫୩ନଂ. ଏବଂ ୨୦ନଂ. ଜାତୀୟ ରାଜପଥ କଡରେ ରାତି ଏବଂ ଦିନରେ ଶତାଧିକ ଗାଡି ରାସ୍ତାକଡରେ ପାର୍କିଂ ହେଉଥିବା ଦେଖିବାକୁ ମିଳିଥାଏ। ଏପରି କି କଳିଙ୍ଗନଗର ଶିଳ୍ପାଞ୍ଚଳର ଯାଜପୁର ରୋଡଠାରୁ ଡୁବୁରୀ ପର୍ଯ୍ୟନ୍ତ ପରିବହନ ଗାଡିଗୁଡିକ ରାସ୍ତା କଡ଼ରେ ଠିଆ ହୋଇଥାଏ। ଜିଲା ପରିବହନ ବିଭାଗ ଏବଂ ପୋଲିସ ପ୍ରାୟ ପାଟ୍ରୋଲିଂ କରୁଥିଲେ ହେଁ ଏହି ବେଆଇନ ପାର୍କିଂ ଉପରେ ନଜର ପଡି ନ ଥାଏ। ଫଳରେ ଜିଲାରେ ଦୁର୍ଘଟଣା କମିବା ପରିବର୍ତ୍ତେ ବୃଦ୍ଧି ପାଉଥିବା ମତପ୍ରକାଶ ପାଇଛି। ଏହି କ୍ରମରେ ଧର୍ମଶାଳା ବ୍ଲକ ଭାଲୁଖାଇ ନିକଟରେ ମଙ୍ଗଳବାର ଭୋର ସମୟରେ ଦୁଇ ଟ୍ରକ ମଧ୍ୟରେ ଏକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଟି ଏତେ ଜୋର ଥିଲା ଯେ ଟ୍ରକ ସହ ଡ୍ରାଇଭର ମଧ୍ୟ ଘଟଣା ସ୍ଥଳରେ ଜଳି ଯାଇଥିଲେ । ଅନ୍ୟ ଟ୍ରକ ଡ୍ରାଇଭର ଚକା ତଳେ ଚାପି ହୋଇ ବଞ୍ଚିବା ପାଇଁ ଚିତ୍କାର କରୁଥିଲେ ବି କେହି ବଞ୍ଚାଇ ପାରି ନ ଥିଲେ। ସେହିପରି ଜାରକା ବଜାରଠାରେ ବୁଧବାର ରାତି ୯ଟା ସମୟରେ ଆଉ ଏକ ଦୁର୍ଘଟଣା ଦେଖିବାକୁ ମିଳିଥିଲା। ଘଟଣା କ୍ରମେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକ ପଛରେ ଗୋଟିଏ ମାଲବାହୀ ଟ୍ରକ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲା। ଏହାର କିଛି ସମୟ ପରେ ଜାରକା ରିଲିଆନ୍ସ ପେଟ୍ରୋଲ ପମ୍ପ ଆର ପଟରେ ଆଉ ଏକ ଦୁର୍ଘଟଣା ଦେଖିବାକୁ ମିଳିଥିଲା। କେବଳ ବେଆଇନ ପାର୍କିଂ, ବ୍ରେକ ଡାଉନ ହେଉଥିବା ଗାଡି ଗୁଡିକ ଅସୁରକ୍ଷିତ ଅବସ୍ଥାରେ ଛିଡା କରିବା, ଭୁଲ ରାସ୍ତାରେ ଗାଡି ଚାଳନା, କ୍ଷୀପ୍ର ଗତି ଆଦି ଏହାର କାରଣ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri