Posted inଜାତୀୟ

୧୧ କୋଟି ଭୋଟର ପ୍ରତିନିଧି ବାଛିବେ

ନୂଆଦିଲ୍ଲୀ,୨୫ା୫: ଅଷ୍ଟାଦଶ ଲୋକ ସଭାର ୫୪୩ ଆସନ ପାଇଁ ନିର୍ବାଚନ ସରିବାକୁ ବସିଲାଣି। ୨୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଧୀନ ୪୨୮ ଲୋକ ସଭା ଆସନରେ ପ୍ରଥମ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଥିବାବେଳେ ଶନିବାର ଷଷ୍ଠ ପର୍ଯ୍ୟାୟରେ ୫୮ ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ। ଅବଶିଷ୍ଟ ୫୭ ଆସନ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଜୁନ୍‌ ୧ରେ ହେବ। ସମସ୍ତ ୭ଟିଯାକ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି ଆସନ୍ତା ୪ରେ କରାଯିବ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୮ ଆସନରେ ଶନିବାର ନିର୍ବାଚନ ହେବ। ଏଥିସହ ଦେଶର ୪୮୬ ଆସନରେ ଭୋଟ ଗ୍ରହଣ ସମ୍ପୂର୍ଣ୍ଣ ହେବ। ଷଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪, ହରିୟାଣା, ୧୦, ବିହାର ୮, ପଶ୍ଚିମବଙ୍ଗ ୮, ଦିଲ୍ଲୀ ୭, ଓଡ଼ିଶା ୬, ଝାଡ଼ଖଣ୍ଡ ୪ ଓ ଜମ୍ମୁ-କଶ୍ମୀରର ଅନନ୍ତନାଗ-ରାଜୌରି ଆସନ ରହିଛି। ୧୧.୧୩ କୋଟି ମତଦାତା ସେମାନଙ୍କ ରାଜନୈତିକ ମତାଧିକାର ସାବ୍ୟସ୍ତ କରି ନିଜ ପ୍ରତିନିଧି ବାଛିବେ। ଏଥିସହ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ(ଇଭିଏମ୍‌)ରେ ଆଉ ୮୮୯ ପ୍ରାର୍ଥୀଙ୍କ ଭବିଷ୍ୟତ ସିଲ୍‌ ହୋଇଯିବ। ମତଦାତାଙ୍କ ମଧ୍ୟରୁ ୫.୮୪ କୋଟି ପୁରୁଷ, ୫.୨୯ କୋଟି ମହିଳା ଏବଂ ୫,୧୨୦ ଜଣ ହେଉଛନ୍ତି ତୃତୀୟ ଲିଙ୍ଗୀ। ନିର୍ବାଚନ କମିଶନ ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦର ସହରୀ ଭୋଟରଙ୍କୁ ଘରୁ ବାହାରି ମତଦାନ କରିବାକୁ ପରାମର୍ଶ ଦେଇଛନ୍ତି।
ସାଧାରଣ ନିର୍ବାଚନ ବେଳେ ଏହି ୫୮ ଆସନ ମଧ୍ୟରୁ ଏନ୍‌ଡିଏ ୪୫ଟିରେ ବିଜୟୀ ହୋଇଥିଲା, ଯହିଁରୁ କେବଳ ଭାଜପାକୁ ୪୦ରେ ସଫଳତା ମିଳିଥିଲା। କଂଗ୍ରେସ ଗୋଟିଏ ବି ଆସନ ଦଖଲ କରିପାରି ନ ଥିଲା। ବର୍ତ୍ତମାନ ଇଣ୍ଡିଆ ବ୍ଲକ୍‌ରେ ଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି), ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି), ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ମେଣ୍ଟ ବାହାରେ ଥିବା ବିଜୁ ଜନତା ଦଳ (ବିଜେଡି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ପ୍ରାର୍ଥୀ ଜିତିଥିଲେ। ଭୋଟ ହାରକୁ ଦେଖିଲେ ଏନ୍‌ଡିଏକୁ ୫୧.୩୬% ଏବଂ ଇଣ୍ଡିଆ ଦଳଗୁଡ଼ିକ୨୮.୬୬% ସମର୍ଥନ ପାଇଥିଲେ। ୨୦୧୪ରେ ଏହି ଆସନଗୁଡ଼ିକ ମଧ୍ୟରୁ ୩୯ଟିରେ ଏନ୍‌ଡିଏ ଏବଂ ୧୧ ସିଟ୍‌ରେ ଇଣ୍ଡିଆ ବ୍ଲକ୍‌ ଦଳଗୁଡ଼ିକୁ ସଫଳତା ମିଳିଥିବାବେଳେ ଅନ୍ୟ ଦଳର ପ୍ରାର୍ଥୀ ୮ ଆସନ ଦଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

ସରିଯିବ ତେଲ, ବଞ୍ଚିପାରିବେନି କୌଣସି ଦେଶ! ଯୁଦ୍ଧ ମଧ୍ୟରେ ବଡ଼ ଶକ୍ତି ସଙ୍କଟକୁ ନେଇ ଚେତାବନୀ ଦେଲେ IEA ମୁଖ୍ୟ

ତେହରାନ୍‌,୨୩।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ମଧ୍ୟରେ ସଂଘର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହାର କୌଣସି ଅନ୍ତ ଦେଖାଯାଉନାହିଁ। ଏହି ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri