ଚେନ୍ନାଇ, ୬ା୨ (ପି.ଟି.)-ଫେବୃୟାରୀ ୧୮ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ନିଲାମ ପାଇଁ ୧୦୯୭ ଜଣ ଖେଳାଳି ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ବାଂଲାଦେଶ ଅଲ୍ରାଉଣ୍ଡର ଶକିବ ଅଲ ହସନ ଏବଂ ଭାରତର ଏସ. ଶ୍ରୀସନ୍ଥ ରହିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍ ଏବଂ ଅଷ୍ଟ୍ରେଲିଆନ ସ୍ପିଡ୍ଷ୍ଟର ମିଚେଲ ଷ୍ଟାର୍କ ଏଥିରୁ ଓହରିଯାଇଛନ୍ତି। କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ତଥା ବାମହାତୀ ପେସ୍ ବୋଲର ଅର୍ଜୁନ ତେନ୍ଦୁଲକର ମଧ୍ୟ ନିଲାମରେ ଭାଗ ନେବେ। ତାଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି। ଭାରତରୁ ୮୧୪ ଏବଂ ବିଦେଶରୁ ୨୮୩ ଖେଳାଳି ନିଲାମ ପାଇଁ ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ନିଲାମରେ ଓ୍ବେଷ୍ଟଇଣ୍ଡିଜର ସର୍ବାଧିକ ୫୬ ଖେଳାଳି ଭାଗ ନେବେ। ଏହା ପଛକୁ ପଛ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା (୩୮)। ଷ୍ଟାର୍କ ୨୦୧୫ରେ ଶେଷ ଥର ପାଇଁ ଏହି ଲିଗ୍ରେ ଖେଳିଥିଲେ। ସେ ଏଥର ମଧ୍ୟ ଭାଗ ନେବେନାହିଁ। ଚଳିତ ଭାରତ ବିପକ୍ଷ ଓପନିଂ ଟେଷ୍ଟର ପ୍ରଥମ ଦିବସରେ ଶତକ ହାସଲ କରିଥିବା ରୁଟ୍ କ୍ରମାଗତ ଦ୍ୱିତୀୟ ଥର ପାଇଁ ତାଙ୍କ ନାମ ପଞ୍ଜୀକୃତ କରିନାହାନ୍ତି। ଇଂଲଣ୍ଡର ଅନ୍ୟ ଦୁଇ ଖେଳାଳି ହ୍ୟାରି ଗୁର୍ନେ ଓ ଟମ୍ ବାଣ୍ଟନ ମଧ୍ୟ ସେମାନଙ୍କ ନାମ ରେଜିଷ୍ଟ୍ରେଶନ କରିନାହାନ୍ତି। ଖବର ଅନୁସାରେ ଫିକ୍ସିଂରେ ସମ୍ପୃକ୍ତ ହେବା ଲାଗି ପ୍ରଲୋଭନର ଶିକାର ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କୁ ଅବଗତ ନ କରି ସସ୍ପେଣ୍ଡ ଦଣ୍ଡ ଭୋଗିସାରିଥିବା ଶକିବଙ୍କ ବେସ୍ ପ୍ରାଇସ୍ ସର୍ବୋଚ୍ଚ ୨ କୋଟି ଟଙ୍କା ରହିଛି। ଅନ୍ୟପକ୍ଷରେ ୭ବର୍ଷ ପରେ କେରଳ ତରଫରୁ ସୟଦ ମୁସ୍ତାକ ଅଲୀ ଟି୨୦ ଖେଳିଥିବା ଶ୍ରୀସନ୍ଥଙ୍କ ବେସ୍ ପ୍ରାଇସ୍ ୭୫ ଲକ୍ଷ ଟଙ୍କା ରହିଛି। ସୂଚନାଯୋଗ୍ୟ, ୨୦୧୩ ଆଇପିଏଲ୍ ସ୍ପଟ୍ଫିକ୍ସିଂ ସ୍କାଣ୍ଡାଲରେ ତାଙ୍କ ଭୂମିକାକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୩୭ ବର୍ଷୀୟ ଏହି ପେସ୍ ବୋଲରଙ୍କୁ ଆଜୀବନ ବାସନ୍ଦ କରିଥିଲା। କିନ୍ତୁ ୨୦୧୯ ଅଗଷ୍ଟରେ ବାସନ୍ଦ ସମୟସୀମା ୭ ବର୍ଷକୁ ହ୍ରାସ କରାଯାଇଥିଲା।
ହରଭଜନ ସିଂ, କେଦାର ଯାଦବ, ଷ୍ଟିଭ ସ୍ମିଥ୍, ଗ୍ଲେନ ମାକ୍ସଓ୍ବେଲ, ମୋଇନ ଅଲୀ, ସାମ୍ ବିଲିଙ୍ଗ୍ସ, ଜାସନ ରୟ, ମାର୍କ ଉଡ୍, ଲିଆମ ପ୍ଲଙ୍କେଟ ଏବଂ କଲିନ ଇନ୍ଗ୍ରାମ ଆଦି ସମସ୍ତଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରଖାଯାଇଛି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ ସିରିଜ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ହନୁମା ବିହାରୀ (୧ କୋଟି ଟଙ୍କା) ଓ ଚେତେଶ୍ୱର ପୂଜାରା (୫୦ ଲକ୍ଷ ଟଙ୍କା) ମଧ୍ୟ ନିଲାମରେ ଭାଗ ନେବା ଲାଗି ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ବର୍ତ୍ତମାନ ବିଶ୍ୱର ନମ୍ବର ଓ୍ବାନ ଟି୨୦ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିବା ଇଂଲଣ୍ଡର ଦାଓ୍ବିଦ ମାଲାନ ଏଥର ଆଇପିଏଲ୍ରେ ପଦାର୍ପଣ କରିପାରନ୍ତି। ସେ ତାଙ୍କ ନାମ ପଞ୍ଜୀକୃତ କରିଥିବାବେଳେ ତାଙ୍କ ବେସ୍ ପ୍ରାଇସ୍ ୧.୫ କୋଟି ଟଙ୍କା ରହିଛି। ସମାନ ବେସ୍ ପ୍ରାଇସ୍ ରହିଥିବା ଅନ୍ୟ ଖେଳାଳିମାନେ ହେଲେ ଆଲେକ୍ସ କୋରେ, ଟମ୍ କୁରାନ, ମିଚେଲ ସ୍ବେପସନ, ନାଥାନ କୁଲଟର ନାଇଲ, ମୁଜିବୁର ରହମନ, ଆଲେକ୍ସ ହେଲ୍ସ ଝେ ରିଚାର୍ଡସନ, ଆଦିଲ ରସିଡ୍, ଡେଭିଡ୍ ଓ୍ବିଲି, ଆଡାମ ଲିଥ୍ ଓ ଲିଓ୍ବସ ଗ୍ରେଗୋରି। ଗତବର୍ଷ ମୁମ୍ବାଇ ଇଣ୍ଡିଆନ୍ସକୁ ଟାଇଟଲ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଷ୍ଟ୍ରେଲିଆନ ପେସର ଜେମ୍ସ ପ୍ୟାଟନସନ ଏଥର ଅନୁପସ୍ଥିତ ରହିବେ। ସେହିପରି ନିଲାମରେ ସହଯୋଗୀ ରାଷ୍ଟ୍ରଗୁଡ଼ିକରୁ ୨୭ଜଣ ଏବଂ ୮୬୩ ନୂଆ ଖେଳାଳି ଭାଗ ନେବେ। ସେମାନଙ୍କ ମଧ୍ୟରେ ୭୪୩ ଭାରତୀୟ ଓ ୬୮ ବିଦେଶୀ ଖେଳାଳି ଅଛନ୍ତି। ଯଦି ପ୍ରତିଟି ଫ୍ରାଞ୍ଚାଇଜ୍କୁ ଦଳରେ ସର୍ବାଧିକ ୨୫ ଖେଳାଳିଙ୍କୁ ରଖିବା ଲାଗି କୁହାଯାଏ ତେବେ ୬୧ଜଣ ଖେଳାଳି ନିଲାମରେ ଭାଗ ନେବେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶେଷ ହେବାର ଦିନକ ପରେ ନିଲାମ କାର୍ଯ୍ୟ ହେବ। ଏହା ଅପରାହ୍ନ ୩ଟାରୁ ଆରମ୍ଭ ହେବ। କିଙ୍ଗ୍ସ ଇଲେଭେନ ପଞ୍ଜାବ ସର୍ବାଧିକ ୫୩.୨୦ କୋଟି ଟଙ୍କା ପକେଟରେ ନେଇ ନିଲାମକୁ ଓହ୍ଲାଇବ। ଖେଳାଳି କ୍ରୟ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୩୫.୯୦ କୋଟି ଟଙ୍କା, ରାଜସ୍ଥାନ ରୟାଲ୍ସ ନିକଟରେ ୩୪.୮୫ କୋଟି, ଚେନ୍ନାଇ ସୁପର କିଙ୍ଗ୍ସ ପାଖରେ ୨୨.୯୦କୋଟି, ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ୧୫.୩୫ କୋଟି ଏବଂ ଡେକାନ ଚାର୍ଜର୍ସ ପାଖରେ ୧୨.୯ କୋଟି ଟଙ୍କା ରହିବ। କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ନିକଟରେ ୧୦.୭୫ କୋଟି ଟଙ୍କା ରହିବ। ଆଇପିଏଲ୍ର ୨୦୨୦ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ସଂସ୍କରଣ ଭାରତରେ ହେବା ସମ୍ଭାବନା ରହିଛି। ଜାନୁୟାରୀ ୨୦ ରିଟେନଶନ ସମୟ ସୀମାର ଶେଷ ତାରିଖ ରହିଥିଲା। ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ଯଥାକ୍ରମେ ଷ୍ଟିଭ ସ୍ମିଥ୍ ଓ ଗ୍ଲେନ ମାକ୍ସଓ୍ବେଲଙ୍କୁ ରିଲିଜ କରିଛନ୍ତି। ଅନ୍ୟ ଯେଉଁ କେତେଜଣ ଜଣାଶୁଣା ଖେଳାଳି ରିଲିଜ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କ୍ରିସ୍ ମୋରିସ, ହରଭଜନ ସିଂ ଓ ଆରୋନ ଫିଞ୍ଚ୍। ଫ୍ରାଞ୍ଚାଇଜ୍ଗୁଡ଼ିକ ମୋଟ ୧୩୯ ଖେଳାଳି ସେମାନଙ୍କ ପାଖରେ ରଖିଥିବାବେଳେ ୫୭ ଖେଳାଳିଙ୍କୁ ରିଲିଜ କରିଛନ୍ତି। କେଉଁ ଦେଶରୁ କେତେଜଣ ଖେଳାଳି ନାମ ପଞ୍ଜୀକରଣ କରିଛନ୍ତି, ତାହାର ଏକ ତାଲିକା ପ୍ରକାଶ କରାଯାଇଛି: ଅଷ୍ଟ୍ରେଲିଆ (୪୨), ଆଫଗାନିସ୍ତାନ (୩୦), ବାଂଲାଦେଶ (୫), ଇଂଲଣ୍ଡ (୨୧), ଆୟର୍ଲାଣ୍ଡ (୨), ନେପାଳ (୮), ନେଦରଲାଣ୍ଡ୍ସ (୮), ନ୍ୟୁଜିଲାଣ୍ଡ (୨୯), ସ୍କଟଲାଣ୍ଡ (୭), ଦକ୍ଷିଣ ଆଫ୍ରିକା (୩୮), ଶ୍ରୀଲଙ୍କା (୩୧), ସଂଯୁକ୍ତ ଆରବ ଏମିରେଟ୍ସ (୯), ଯୁକ୍ତରାଷ୍ଟ୍ର ଆମେରିକା (୨), ଓ୍ବେଷ୍ଟଇଣ୍ଡିଜ (୫୬) ଓ ଜିମ୍ବାଓ୍ବେ (୨)।
IPL 2026ରେ ଏତେ ଲକ୍ଷ ଟଙ୍କାର ଗାଡ଼ି ଉପରକୁ ଛକା ମାରିଲେ ଏହି ଖେଳାଳି ହୋଇଗଲା…
ନୂଆଦିଲ୍ଲୀ,୧୮।୪: IPL ମ୍ୟାଚଗୁଡ଼ିକରେ, ଚୌକା ଏବଂ ଛକାର ଏକ ସାଧାରଣ ଘଟଣା ହୋଇଥିଲେ ମଧ୍ୟ, କେତେକ ସମୟରେ ଏକ ନିର୍ଦ୍ଦିଷ୍ଟ ସଟ ଏତେ ସ୍ପଷ୍ଟ ଭାବରେ ଦେଖାଯାଏ…
କୋହଲିଙ୍କ ଫଟୋରେ ‘ଲାଇକ୍’ ମାରିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ: ମୁଁ ଏବେ ଦୁଃଖିତ…
ନୂଆଦିଲ୍ଲୀ,୧୮।୪: ଆଜିର ସମୟରେ ସୋସିଆଲ ମିଡିଆ ଏକ ଏପରି ପ୍ଲାଟଫର୍ମରେ ପରିଣତ ହୋଇଛି, ଯେଉଁଠାରେ ସାମାନ୍ୟ କାର୍ଯ୍ୟକଳାପ ମଧ୍ୟ ଏକ ବଡ଼ ସମସ୍ୟାର ରୂପ ନେଇପାରେ। ଭାରତୀୟ…
ରୋହିତ ଶର୍ମାଙ୍କୁ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ସ୍ମୃତି ମନ୍ଧାନା
ନୂଆଦିଲ୍ଲୀ,୧୮।୪: ଭାରତୀୟ ଟି-୨୦ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଇତିହାସ ରଚିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଟି-୨୦ ରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର…
ଜର୍ମାନ ମଡେଲଙ୍କୁ ‘ଲାଇକ୍’ କରି ଫସିଲେ ବିରାଟ କୋହଲି: ଜାଣନ୍ତୁ କିଏ ସେହି…
ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଦକ୍ଷ ଖେଳାଳି ବିରାଟ କୋହଲି ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଥାନ୍ତି। ସମ୍ପ୍ରତି ସେ 2026 IPL ସିଜିନ…
ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ
କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…
ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…
ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…
ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ
ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍ଡିଟିଏଲ୍)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍ ଇନଭେଷ୍ଟିଗେଶନ…
“ଦୋସା ଇଡ୍ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…
Archives

