Categories: ଜାତୀୟ

ଜାନୁୟାରୀ ୨୬ରୁ ଇଂଲିଶ୍‌ ସହିତ ୨୨ ଭାଷାରେ ଉନଲବ୍ଧ ହେବ ସୁପ୍ରିମକୋର୍ଟଙ୍କର ୧୦୯୧ଫଇସଲା…

ନୂଆଦିଲ୍ଲୀ,୨୫।୧ : ସାଧାରଣତନ୍ତ୍ର ଦିବସ ଅବସରରେ ସୁପ୍ରିମକୋର୍ଟ ଦେଶବାସୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ଭାରତର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ବୁଧବାର ଘୋଷଣା କରିଛନ୍ତି ଯେ ଜାନୁୟାରୀ ୨୬ ଠାରୁ ଇଲେକ୍ଟ୍ରୋନିକ ସୁପ୍ରିମକୋର୍ଟ ରିପୋର୍ଟ (ଇ-ଏସଆରସି) ପ୍ରକଳ୍ପ ବିଭିନ୍ନ ନିର୍ଦ୍ଧାରିତ ଭାରତୀୟ ଭାଷାରେ ସର୍ବୋଚ୍ଚ ନ୍ୟାୟାଳୟର ଫଇସଲା ଉପଲବ୍ଧ ହେବ।

ସିଜେଆଇ କହିଛନ୍ତି ଯେ କେତେକ ସ୍ଥାନୀୟ ଅନୁସୂଚିତ ଭାଷାରେ ବିଚାର କରିବା ପାଇଁ ସର୍ବୋଚ୍ଚ ଅଦାଲତ ଗୁରୁବାର ଇ-ଏସଆରସି ପ୍ରକଳ୍ପର କିଛି ଅଂଶ କାର୍ଯ୍ୟକ୍ଷମ କରିବ। ଇ-ଏସଆରସି ବ୍ୟତୀତ ସ୍ଥାନୀୟ ଭାଷାରେ ସୁପ୍ରିମକୋର୍ଟର ୧୦୯୧ ଟି ଫଇସଲା ମଧ୍ୟ ସାଧାରଣତନ୍ତ୍ର ଦିବସରେ ଉପଲବ୍ଧ ହେବ।

ସମ୍ବିଧାନର ଅଷ୍ଟମ ସୂଚୀରେ ୨୨ ଟି ଭାଷା ଅଛି। ସେଥିମଧ୍ୟରେ ଅସାମୀୟା, ବଙ୍ଗାଳୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, କଶ୍ମୀରୀ, କୋଙ୍କଣୀ, ମାଲାୟାଲମ, ମଣିପୁରୀ, ମରାଠୀ, ନେପାଳୀ, ଓଡିଆ, ପଞ୍ଜାବୀ, ସଂସ୍କୃତ, ସିନ୍ଧି, ତାମିଲ, ତେଲୁଗୁ, ଉର୍ଦ୍ଦୁ, ବୋଡୋ, ସାନ୍ତାଳି, ମୈଥିଳି ଏବଂ ଡୋଗରି ଭାଷାରେ ଫଇସଲା ଉପଲବ୍ଧ ହେବ। ସର୍ବୋଚ୍ଚ ଅଦାଲତର ଫଇସଲା ଏହାର ୱେବସାଇଟ, ମୋବାଇଲ ଆପ ଏବଂ ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରୀଡ (ଏନଜେଡିଜି) ପୋର୍ଟାଲରେ ଉପଲବ୍ଧ ହେବ।

Share