Categories: ରାଜ୍ୟ

ସୁସ୍ଥ ହେଲେ ୧୦୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭ା୧- ଓଡ଼ିଶାରେ ବୁଧବାର ୧୦୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସମ୍ବଲପୁରରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୯ ଜଣ କରୋନା ଆକ୍ରାନ୍ତ। ସେହିଭଳି ପୁରୀରୁ ୧୭, ସୁନ୍ଦରଗଡ଼ରୁ ୧୫, ନୂଆପଡ଼ାରୁ ୧୦, ବାଲେଶ୍ୱରରୁ ୯, ଅନୁଗୁଳରୁ ୮, ଖୋର୍ଦ୍ଧାରୁ ୫, ଜଗତ୍‌ସିଂପୁରରୁ ୪, ବରଗଡ଼, ଯାଜପୁର ଓ ଝାରସୁଗୁଡ଼ାରୁ ୩, କଟକ, ଗଞ୍ଜାମ ଓ ସୋନପୁରରୁ ୨, ଦେଓଗଡ଼, ଗଜପତି, କଳାହାଣ୍ଡି, କେନ୍ଦ୍ରପଡ଼ା, ରାୟଗଡ଼ା ଓ ଷ୍ଟେଟ୍‌ ପୁଲରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରାଯାଇଛି।