ଖତ ଖାଉଛି ୧୦୮ ଆମ୍ବୁଲାନ୍ସ

ଗଞ୍ଜାମ,୧୨।୩(ଡି.ଏନ୍‌.ଏ.): ଗରିବ ଜନସାଧାରଣଙ୍କ ପାଇଁ ସରକାର ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି l ସେଥି ମଧ୍ୟରୁ ରୋଗୀ ମାଗଣା ମେଡିକାଲ ଯିବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା ବି ଯୋଗାଇ ଦେଇଛନ୍ତି। କିଛି ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୮ ନ ଥିବା ବେଳେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ୧୦୮ ଆମ୍ବୁଲାନ୍ସ ଦୀର୍ଘମାସ ହେବ ମେଡିକାଲ ସମ୍ମୁଖରେ ପଡ଼ି ପଡ଼ି ଖତ ଖାଉଥିବା ଦେଖିବାକୁ ମଳିଛି l ଏ ସମ୍ପର୍କରେ ଆୟୁଷ ଡାକ୍ତର ବନଜ କାନ୍ତ କରଙ୍କୁ ପଚାରିବାରୁ ଗାଡ଼ିଟି ଖରାପ ହୋଇଯାଇଛି। ଏନେଇ ୧୦୮ ଆମ୍ବୁଲାନ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।