ରୋଗୀଙ୍କୁ ଆଣୁୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ପାପଡାହାଣ୍ଡି,୨୯।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡିରୁ କୋଷାଗୁମୁଡ଼ା ରାସ୍ତା ତଣ୍ଡାଗୁଡା ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଆହତ ହୋଇଛନ୍ତି ।
ରୋଗୀକୁ ଧରି ଖୁଟୁବାଇରୁ ପାପଡାହାଣ୍ଡି ଆସୁଥିବା ବେଳେ ଆମ୍ବୁଲାନ୍ସର ବାମ ଚକ ବାହାରିଯାଇଥିଲା । ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ରାସ୍ତା କଡ଼ ସିମେଣ୍ଟ ପିଲରକୁ ଧକ୍କା ଦେଇ ଓଲଟି ପଡିଥିଲା। ଆହତଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଜିଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।